ଓଡିଶା

ପାତାଳୀ ମହୋତ୍ସବରେ ମହିଳାଙ୍କ କଳସ ଶୋଭାଯାତ୍ରା

(ମହାଭାରତ, ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ ପଞ୍ଚଦଶ ପାତାଳୀ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଟସମଲାଇ ଗାଁରେ ଥିବା ଜଗନ୍ନାଥ ପୋଖରୀରୁ ଶହଶହ ଭକ୍ତ କଳସ ଶୋଭାଯାତ୍ରାରେ ଯାଇଥିଲେ । ଏମାନଙ୍କ ମଧ୍ୟରେ ପ୍ରାୟ ୧୫୦ ମହିଳା ଭକ୍ତ ସାମିଲ ଥିଲେ । ମହିଳାମାନେ କଳସ ଧରି ପଞ୍ଚକୁଣ୍ଡିୟ ମଣ୍ଡପ ଯାଇଥିଲେ । ସେଠାରେ ନାମ କୀର୍ତ୍ତନ ହୋଇଥିଲା । ଏହି ଅବସରରେ ଗାଁର ଦେବୀ ମାହେଶ୍ୱରୀ, ଶ୍ରୀଜଗନ୍ନାଥ, ଗୁପ୍ତେଶ୍ୱର, ରଘୁନାଥ ମନ୍ଦିରରେ ଦେବ ନିମନ୍ତ୍ରଣ କରାଯାଇଥିଲା । କୋଟସମଲାଇ ଗାଁ ସମେତ ପଡୋଶୀ ଗାଁର ଶ୍ରଦ୍ଧାଳୁଙ୍କ ଭିଡ ଏଠାରେ ଦେଖିବାକୁ ମିଳିଥିଲା ।

Related posts

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews

ପଙ୍ଗପାଳ: ଗୁଜବକୁ ବିଶ୍ୱାସ ନ କରିବାକୁ କୃଷି ମନ୍ତ୍ରୀଙ୍କ ପରାମର୍ଶ

mahabharatanews