ଓଡିଶା

ପାତାଳୀ ମହୋତ୍ସବରେ ମହିଳାଙ୍କ କଳସ ଶୋଭାଯାତ୍ରା

(ମହାଭାରତ, ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ ପଞ୍ଚଦଶ ପାତାଳୀ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଟସମଲାଇ ଗାଁରେ ଥିବା ଜଗନ୍ନାଥ ପୋଖରୀରୁ ଶହଶହ ଭକ୍ତ କଳସ ଶୋଭାଯାତ୍ରାରେ ଯାଇଥିଲେ । ଏମାନଙ୍କ ମଧ୍ୟରେ ପ୍ରାୟ ୧୫୦ ମହିଳା ଭକ୍ତ ସାମିଲ ଥିଲେ । ମହିଳାମାନେ କଳସ ଧରି ପଞ୍ଚକୁଣ୍ଡିୟ ମଣ୍ଡପ ଯାଇଥିଲେ । ସେଠାରେ ନାମ କୀର୍ତ୍ତନ ହୋଇଥିଲା । ଏହି ଅବସରରେ ଗାଁର ଦେବୀ ମାହେଶ୍ୱରୀ, ଶ୍ରୀଜଗନ୍ନାଥ, ଗୁପ୍ତେଶ୍ୱର, ରଘୁନାଥ ମନ୍ଦିରରେ ଦେବ ନିମନ୍ତ୍ରଣ କରାଯାଇଥିଲା । କୋଟସମଲାଇ ଗାଁ ସମେତ ପଡୋଶୀ ଗାଁର ଶ୍ରଦ୍ଧାଳୁଙ୍କ ଭିଡ ଏଠାରେ ଦେଖିବାକୁ ମିଳିଥିଲା ।

Related posts

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

 ଜନଶତାବ୍ଦୀ ଟ୍ରେନରେ ନିଆଁ

mahabharatanews

Leave a Comment