ଓଡିଶା

ମାଲକାନଗିରିରେ ଜାତୀୟ ଭୋଟର ଦିବସ ପାଳନ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ଦଶମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏଠାରେ ଏକ ରାଲିର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରାଲି ବାହାରି ଜିଲ୍ଲା ସଂସ୍କୃତି ଭବନ ଠାରେ ଶେଷ ହୋଇଥିଲା । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଶ ଅଗ୍ରୱାଲ, ଜିଲ୍ଲା ଏସପି ଋଷିକେଶ ଡ଼ି ଖିଲାରୀ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ତହସିଲଦାର ଗୁଣନିଧି ନାୟକ, ରେଡକ୍ରସ ସମ୍ପାଦକ ରଞ୍ଜନ ସ୍ୱାଇଁ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ଜାତୀୟ ଭୋଟର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ୯ ଜଣ ବିଏଲଓଙ୍କୁ ମଧ୍ୟ ସମ୍ନାନିତ କରାଯାଇଥିଲା ।
ମାଲକାନଗିରି ଜିଲ୍ଲାରେ ଦଶମ ଜାତୀୟ ଭୋଟର ଦିବସ ପାଳନ –
ମାଲକାନଗିରି -ମାଲକାନଗିରି ଜିଲ୍ଲାରେ ଆଜି ଦଶମ ଜାତୀୟ ଭୋଟର ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି କ୍ଷ ଏହି ସଭାରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ, ମାଲକାନଗିରି ଏସପି ଶ୍ରୀଯୁକ୍ତ ରିଷିକେଷ ଡ଼ି ଖିଲାରୀ, ଅଧକ୍ଷ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଶ୍ରୀଯୁକ୍ତ ମାନସ ମାଡକାମୀ, ମାଲକାନଗିରି ଉପଜିଲ୍ଲା ଶ୍ରୀଯୁକ୍ତ ରାମେଶ୍ୱର ପ୍ରଧାନ, ରେଡ଼କ୍ରସ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ, ମାଲକାନଗିରି ତହସିଲଦାର ଶ୍ରୀଯୁକ୍ତ ଗୁଣନିଧି ନାୟକ, ମାଲକାନଗିରି ଥାନା ଆଆଇସି ଶ୍ରୀଯୁକ୍ତ ରାମ ପ୍ରସାଦ ନାଗ ଉପସ୍ଥିତ ଥିଲେ କ୍ଷ ଜାତୀୟ ଭୋଟ ଦିବସ ଉପଲକ୍ଷେ ଏକ ରାଲିର ଆୟୋଜନ କରାଯାଇଥିଲା ଯାହା ଜିଲାପାଳଙ୍କ କାଯ୍ୟଳୟରୁ ବାହାରି ଜିଲ୍ଲା ସଂସ୍କୃତି ଭବନ ଠାରେ ଶେଷ ହାଇଥିଲା କ୍ଷ ଜାତୀୟ ଭୋଟର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଓ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା କ୍ଷ ଶେଷରେ ଶ୍ରେଷ୍ଠ ୯ ଜଣ (ଈଖଙ) ଙ୍କୁ ସାନମାନିତା କରାଯାଇଥିଲା କ୍ଷ

Related posts

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

mahabharatanews

ବଟେଶ୍ୱର ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ

mahabharatanews

ଜମୁଛି ପ୍ରସିଦ୍ଧ ଦନ୍ତୋର ଉଡ଼ାଯାତ୍ରା

mahabharatanews