ଓଡିଶା

ରୂପା ମିଶ୍ର ଯିବେ କେନ୍ଦ୍ରୀୟ ଡେପୁଟେସନ

(ଆଦର୍ଶ ରାଉତ): ୨୦୦୪ ବ୍ୟାଚ ଆଇଏଏସ ଅଫିସର ରୂପା ମିଶ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ପାନୀୟ ଜଳ ଓ ପରିମଳ ବିଭାଗରେ ନିର୍ଦ୍ଦେଶିକା ଭାବେ ସେ କାର୍ଯ୍ୟ କରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ମିକ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରିବା ସହିତ ତାଙ୍କୁ ତୁରନ୍ତ ଦାୟିତ୍ୱ ମୁକ୍ତ କରିବା ଲାଗି ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି । ରୁପା ମିଶ୍ର ପାଞ୍ଚ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଏବେ ଓଡିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଛନ୍ତି । ଗତକିଛି ଦିନ ଧରି ସେ କୋଣଠେସା ହୋଇଥିଲେ । ଏପରିକି ତାଙ୍କୁ ଯେଉଁଭଳି ଭାବେ ଗୁରୁତ୍ୱ ମିଳିବ କଥା ମିଳୁନଥିଲା । ତେଣୁ ସେ ଅସନ୍ତୁଷ୍ଟ ଥିଲେ ।

Related posts

ଦୁଇ ନାବାଳିକାଙ୍କ ସଳିଳ ସମାଧି

mahabharatanews

ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌ ବାହାରକଲେ ସମ ବିଶେଷଜ୍ଞ

mahabharatanews

ଭିଜିଲାନ୍ସ ଜାଲରେ ACF ରେବତୀ ରମଣ ଯୋଶୀ: କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କା

mahabharatanews