(ଜ୍ୟୋତିରଂଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜରଡା ପଂଚାୟତରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜରଡା ସରପଂଚ ସୁମିତ୍ରା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡାତ୍ସୋବର ଶୁଭାରମ୍ଭରେ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା ମୁଖ୍ୟଅତିଥି, ଜରଡା ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆର୍ତତ୍ରାଣ ସ୍ୱାଇଁ, ବିବେକାନନ୍ଦ ସତପଥି, ଶ୍ରୀକାନ୍ତ ମିଶ୍ର, ବିକ୍ରମ ସାହୁ ଓ ଶିକ୍ଷୟତ୍ରୀ ଅନୁସୂୟା ବାରିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଶାରୀରିକ ସୁସ୍ଥତା ଓ ନିରୋଗ ଜୀବନ ଯାପନ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ବିଡିଓ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସରପଂଚ ଶ୍ରୀମତୀ ଦାସ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଖେଳ ଶିକ୍ଷକ ଭରତ ଚନ୍ଦ୍ର ବେହେରା କ୍ରିଡା ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ପଂଚାୟତର ସମସ୍ତ ୱାଡ ସଭ୍ୟ/ସଭ୍ୟା, ସ୍କୁଲ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ ।
previous post