ଅପରାଧଓଡିଶା

କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ଭୁବନେଶ୍ୱର: ସାନଭାଇକୁ ପିଟିପିଟି ହତ୍ୟା କଲା ବଡ଼ଭାଇ । ଲୁହା ପାଇପ୍‌ରେ ପିଟିପିଟି ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୃତକ ହେଲେ ରାଜମୋହନ ସେନାପତି। ଘର ନୟାଗଡ଼ ଜିଲ୍ଲା କଳାପଥରରେ। ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଘରୁ ଟଙ୍କା ଚୋରି କରି ଆଣୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ସେନେଇ ଗତକାଲି ବଡଭାଇ ସାନ ଭାଇକୁ ତାଗିଦ୍‌ କରିଥିଲେ । ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।

Related posts

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews

କଖାରୁ ବୋଝେଇ କ୍ୟାଣ୍ଟରରୁ ଗଞ୍ଜେଇ ଜବତ

mahabharatanews

ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews