ଓଡିଶା

ସତ୍ୟବାଦୀରେ ସ୍ୱେଚ୍ଛାସେବୀ ସଂଗଠନର ବୃକ୍ଷ ରୋପଣ

(ମହାଭାରତ, ସତ୍ୟବାଦୀ): ଫୋନି ବାତ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଅଧିନରେ ଥିବା ଗାଁ ଗୁଡିକରେ ଅଧିକାଂଶ ଗଛ ମୂଳରୁ ଉପୁଡି ଯାଇଥିବା ବେଳେ ଆଉ କେତେକ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଅଧିନରେ ଥିବା ଅଳଗୁମ ଗାଁକୁ ପୁଣି ଥରେ ସବୁଜିମା ଫେରାଇ ଆଣିବା ପାଇଁ କିଛି ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ଅନୁଷ୍ଠାନଙ୍କ ମିଳିତ ଉଦ୍ୟମରେ ଏଠାରେ ବୃକ୍ଷ ରୋପଣ କରାଯାଇଛି । ଅଳଗୁମ ଗାଁର ଖଣ୍ଡାୟତ ସାହିରେ କିଛି ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନେ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ କରିଛନ୍ତି । ଏହି ଗଛଗୁଡିକ କିପରି ବଞ୍ଚିବ ସେଥିପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂଗଠନର କର୍ମୀମାନେ ଉପସ୍ଥିତ ରହି ଗାଁର ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଛନ୍ତି । ଆଗାମୀ ଦିନରେ ଅଳଗୁମ ସହ ଆଖ ପାଖ ଅଞ୍ଚଳରେ ଖାଲି ପଡିଥିବା ଜାଗା ମାନଙ୍କରେ ବୃକ୍ଷ ରୋପଣ କରାଯିବ ବୋଲି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି ।

Related posts

ନିଖୋଜ ଆଇପିଏସ ଅଫିସରଙ୍କୁ ଜବାବ ତଲବ

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

mahabharatanews