ଓଡିଶାରାଜନୀତି

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ ବସିବ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବା ବେଳେ ହୋଇଥିଲା କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ଜାପାନରୁ କ୍ୟାବିନେଟ ବୈଠକ ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

ପୁରୀରେ ପହଞ୍ଚିଲେ ୫-ଟି ସଚିବ

mahabharatanews

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା 

mahabharatanews

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

mahabharatanews