ଓଡିଶା

ଟ୍ରକ୍ ଧକ୍କାରେ ହାତୀ ମୃତ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଜୀବନଖୋଲ ଠାରେ ଟ୍ରକ୍ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଛି । ଟ୍ରକ୍ ତଳେ ହାତୀଟି ଚାପି ହୋଇଯିବାରୁ ତା’ର ଜୀବନ ଚାଲିଯାଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଟ୍ରକ୍ଟି ଫେରାର ହୋଇଯାଇଛି । ଏହି ଦୁର୍ଘଟଣାରେ ଆଉ ଏକ ହାତୀ ଗୁରୁତର ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ହାତୀର ଦାନ୍ତଟି ଭାଙ୍ଗି କିଛି ବାଟ ଦୂରରେ ପଡି ରହିଥିବା ଦେଖା ଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି କିଛି ସମୟ ପଡି ରହିବା ପରେ ଏକ କ୍ରେନ ସାହାଯ୍ୟରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଘଟିଥିବା ଜାଗା ହାତୀ ଯାତାୟତର ରାସ୍ତା ବୋଲି ସୂଚନା ଫଳକରେ ଲେଖାଯାଇଥିବା ବେଳେ ଟ୍ରକ୍ଟି କିପରି ଦ୍ରୁତ ଗତିରେ ଯାତାୟତ କରୁଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି ।

Related posts

ମଧ୍ୟାନ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଗଜଉଦ୍ଧାରଣ ବେଶ

mahabharatanews

୧୧ରେ ନାଏବ ସରପଞ୍ଚ ଲଢ଼େଇ

mahabharatanews

ଏଣିକି ଶ୍ରୀମନ୍ଦିରରେ ଆଧୁନିକ ପୋଷାକ ମନା 

mahabharatanews