ଅପରାଧ

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

(ପୁରୀ): ପୋଲିସ ପରିଚୟ ଦେଇ ଲୋକଙ୍କ ଠାରୁ ସୁନା ଚେନ୍ ଓ ମୁଦି ଲୁଟି ନେଉଥିବା ଏକ ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ଅମଜଦ ଅଲ୍ଲିକୁ ମଧ୍ୟପ୍ରଦେଶର ନିସାଦପୁରା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ସୁନା ଚେନ, ମୁଦି ଆଦି ଜବତ କରାଯାଇଛି । ପୁରୀ ପୋଲିସର ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ ଅମଜାଦ ଓ ତାର ଜଣେ ସାଥୀ ପୁରୀ ଜିଲ୍ଲା କୋର୍ଟ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କୁ ପୋଲିସ ପରିଚୟ ଦେଇ ସୁନା ଜିନିଷ ପିନ୍ଧି ରାସ୍ତାରେ ଯିବାକୁ ବାରଣ କରିଥିଲେ । ଏହାକୁ ଖୋଲି ରଖି ଦେବାକୁ କହିଥିଲେ । ପରେ କୌଶଳ କରି ଉକ୍ତ ବ୍ୟକ୍ତିଙ୍କ ଠାରୁ ସୁନା ଚେନ ଓ ମୁଦି ଧରି ଫେରାର ହୋଇଥିଲେ । ଏନେଇ ବ୍ୟକ୍ତି ଜଣକ ପୋଲିସ ନିକଟରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅମଜାଦକୁ ଗିରଫ କରିଥିବା ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Related posts

୪ ଘଣ୍ଟା ଧରି ମମତା ପଣ୍ଡାଙ୍କୁ ଜେରା

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡ

mahabharatanews