ଅପରାଧ

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

(ପୁରୀ): ପୋଲିସ ପରିଚୟ ଦେଇ ଲୋକଙ୍କ ଠାରୁ ସୁନା ଚେନ୍ ଓ ମୁଦି ଲୁଟି ନେଉଥିବା ଏକ ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ଅମଜଦ ଅଲ୍ଲିକୁ ମଧ୍ୟପ୍ରଦେଶର ନିସାଦପୁରା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ସୁନା ଚେନ, ମୁଦି ଆଦି ଜବତ କରାଯାଇଛି । ପୁରୀ ପୋଲିସର ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ ଅମଜାଦ ଓ ତାର ଜଣେ ସାଥୀ ପୁରୀ ଜିଲ୍ଲା କୋର୍ଟ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କୁ ପୋଲିସ ପରିଚୟ ଦେଇ ସୁନା ଜିନିଷ ପିନ୍ଧି ରାସ୍ତାରେ ଯିବାକୁ ବାରଣ କରିଥିଲେ । ଏହାକୁ ଖୋଲି ରଖି ଦେବାକୁ କହିଥିଲେ । ପରେ କୌଶଳ କରି ଉକ୍ତ ବ୍ୟକ୍ତିଙ୍କ ଠାରୁ ସୁନା ଚେନ ଓ ମୁଦି ଧରି ଫେରାର ହୋଇଥିଲେ । ଏନେଇ ବ୍ୟକ୍ତି ଜଣକ ପୋଲିସ ନିକଟରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅମଜାଦକୁ ଗିରଫ କରିଥିବା ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Related posts

କମ୍ପ୍ୟୁଟର ସେଣ୍ଟରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ଟାୟାରରେ ନିଆଁ ଲଗାଇ ହାତୀର ବିଭତ୍ସ ହତ୍ୟା

mahabharatanews

ପୂର୍ବତନ କର୍ପୋରେଟରଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews