Accidentଓଡିଶା

ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ସଡ଼କ ଦୁର୍ଘଟଣା…

ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ସଡ଼କ ଦୁର୍ଘଟଣା। ଡିଭାଇଡରକୁ ପିଟିଲା ଜର୍ମାନୀର ସ୍ପିଡ କାର porsche model ସ୍ପୋର୍ଟସ କାର୍। ଭୁବନେଶ୍ୱରରୁ ପୁରୀ ଆସୁଥିବା ସମୟରେ ଜଣେ ଲୋକ ଆଗକୁ ଚାଲିଆସିଥିଲା । ସେହି ଲୋକକୁ ବଞ୍ଚାଇବାକୁ ଯାଇ କାର ଚାଳକ ବ୍ରେକ ମାରିଥିଲା ଗାଡ଼ି ସ୍ପିଡ୍ ଥିବାରୁ ରୋଡ ଡିଭାଇଡର ଉପରକୁ ଚଢି ଯାଇଥିଲା। କାରରେ ବସିଥିବା ଲୋକ ସାମାନ୍ୟ ଆହାତ ହୋଇଥିବା ବେଳେ ପୁରୀ ବଡ଼ମେଡ଼ିକାଲରେ ଚିକିତ୍ସା ହୋଇଥିଲେ। ହେଲେ କାର ଆଗକୁ ଆସିଥିବା ଲୋକ ସୁରକ୍ଷିତ ଥିବା ଜଣାପଡିଛି। କାରରେ ସମସ୍ତ ବେଲୁନ ଖୋଲିଯାଇଥିଲା ଫଳରେ ସମସ୍ତ ଲୋକ ସୁରକ୍ଷିତ ହୋଇଯାଇଥିଲେ। ସେପଟେ ବାସେଳି ସାହି ଥାନା ପୋଲିସ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ସେମାନଙ୍କ ଗାଡିକୁ  ଭୁବନେଶ୍ଵର ପଠାଇଥିଲା।

Related posts

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews

ପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତି

mahabharatanews

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

mahabharatanews