Uncategorized

କେରଳରେ କୋରୋନା,‘ରାଜ୍ୟ ବିପତ୍ତି’ ଘୋଷଣା କଲେ ସରକାର

(ଥିରୁବନନ୍ତପୁରମ): ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ ଧୀରେ ଧୀରେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । କେରଳରେ ଏହି ଭୟଙ୍କର ଭୁତାଣୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଫଳରେ କେରଳ ସରକାର କୋରୋନା ଭାଇରସକୁ ‘ରାଜ୍ୟ ବିପତ୍ତି’ ଘୋଷଣା କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି, ଲୋକଙ୍କୁ ଭୟଭୀତ କରିବା ପାଇଁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ । ଏହାଦ୍ୱାରା କୋରୋନା ଭାଇରସ ବ୍ୟାପିବାକୁ ରୋକା ଯାଇ ପାରିବ ଏବଂ ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିପାରିବେ । ତେବେ ମୁଖ୍ୟମନ୍ତ୍ରୀ ପିନ୍ନାରୟୀ ବିଜୟନଙ୍କ ନିର୍ଦ୍ଦେଶ କ୍ରମେ କୋରୋନାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶୈଳଜା କହିଛନ୍ତି । କେରଳରେ କୋରୋନା ଭାଇରସ ସମ୍ପର୍କିତ ୩ଟି ମାମଲା ସାମ୍ନାକୁ ଆସିବା ପରେ ପଡୋଶୀ କର୍ଣ୍ଣାଟକର ଅନେକ ଜିଲ୍ଲାରେ ହାଇଆଲର୍ଟ ଘୋଷିତ ହୋଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ମୁତାବକ ଏପର୍ଯ୍ୟନ୍ତ ରାଜ୍ୟରେ ୨୯ ନମୁନାର ଯାଞ୍ଚ କରାଯାଉଛି । ସୂଚନାଯୋଗ୍ୟ, ଚୀନରେ ଏପର୍ଯ୍ୟନ୍ତ ୪୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ବାଲୁଙ୍ଗାରୁ ଚାଲି ଚାଲି ଲକ୍ଷେ୍ନø ଯାଉଥିବା ୬ ପ୍ରବାସୀଙ୍କୁ ଉଦ୍ଧାର କଲା ପୁଲିସ

mahabharatanews

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews

ଚୀନକୁ ଫେରିଛି କରୋନା: ପୂର୍ବାପେକ୍ଷା ଅଧିକ କ୍ଷତିକାରକ

mahabharatanews