ଓଡିଶା

ପାରାଦ୍ୱୀପ ଏନଏସି ହାଇସ୍କୁଲରେ ଭିନ୍ନକ୍ଷମ ଚିହ୍ନଟୀକରଣ କ୍ୟାମ୍ପ

ପାରାଦ୍ୱୀପ: ଭିନ୍ନକ୍ଷମ ପିଲାମାନଙ୍କୁ ଭିମଭୋଈ ସାମର୍ଥ ଶିବିର ମାଧ୍ୟମରେ ପାରାଦ୍ୱୀପ ପୌର ପାଳିକା ଅଧୀନରେ ଥିବା ୧୧୮ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଛି । ଆଜି ଭିନ୍ନକ୍ଷମ ଚିହ୍ନଟୀ କରଣ କ୍ୟାମ୍ପ ୪୭ ଜଣ ପିଲାମାନଙ୍କୁ ଟାର୍ଗେଟ ରଖିଥଲା ବେଳେ ୩୫ ଜଣ ଭିନ୍ନକ୍ଷମ ପିଲାଙ୍କୁ ଚିହ୍ନଟ ଏବଂ ସହାୟକ ଉପକରଣ ଯୋଗାଇ ଦେବା ପାଇଁ କୁଜଙ୍ଗ ବ୍ଲକ ରିସୋର୍ସ (ସମ୍ବଳ ଶିକ୍ଷକ)ଙ୍କ ତତ୍ତ୍ୱାବଧାନରେ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ନିର୍ମାଣକାରି ସଂସ୍ଥା ଅ।।ର୍ଟିଫିସିଆଲ ଲିମ୍ବସ୍ ମାନୁଫାକ୍ଚରିଂ କର୍ପୋରେସନ ଅଫ ଇଣ୍ଡିଆ, ଭୂବନେଶ୍ୱର ଶାଖା ତରଫରୁ ମଧୁସ୍ମିତା ଦତ୍ତ ଚିହ୍ନଟ ପିଲାମାନଙ୍କୁ ପରୀକ୍ଷା କରିବା ସହ ଆବଶ୍ୟକ ଉପକରଣ ଯୋଗାଇ ଦେବେ ବୋଲି କୁଜଙ୍ଗ ବ୍ଲକ ସମ୍ବଳ ଶିକ୍ଷକ (ଭିନ୍ନକ୍ଷମ) ଦେବେନ୍ଦ୍ର କୁମାର ବିଶ୍ୱାଳ କହିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ଲକରେ ଦୁଇ ଜଣ ଲେଖାଏଁ ରିସୋର୍ସ (ସମ୍ବଳ ଶୀକ୍ଷକ) ନିଯୁକ୍ତି ହୋଇଥିଲା ବେଳେ ଜଗତସିଂହପୁର ବ୍ଲକରେ ଚାରି ଜଣ ଶିକ୍ଷକ ନିଯୁକ୍ତି ପାଇଥିଲା ବେଳେ ପାରାଦ୍ୱୀପ ପୈାର ପାଳିକାରେ ସମ୍ବଳ ଶିକ୍ଷକ ନିଯୁକ୍ତି ନଦେବା ପଛରେ ରହସ୍ୟ ଘଟଣାକୁ ଭିନ୍ନ ମୋଡ ଦେଉଅଛି ହେଲେ ପାରାଦ୍ୱୀପ ପୈାର ପାଳିକା ଅଧିନରେ ଥିବା ଭିନ୍ନକ୍ଷମ ଚିହ୍ନଟ ପିଲା ୧୧୮ ଥିଲା ବେଳେ ଆଜି ମାତ୍ର ୩୫ଜଣଙ୍କୁ ସରକାରଙ୍କ ସୁବିଧା ସୁଯୋଗ ମିଳିବାକୁ ଯାଉଥିବା ବେଳେ ଅବଶିଷ୍ଟ ପିଲାମାନଙ୍କୁ ଆସନ୍ତା କ୍ୟାମ୍ପରେ ଦିଆଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ ଏଜୁକେସନ ଅଫିସରୁ ଦୁଇଜଣ, ଅନ୍ତର୍ନିବେଶି ସ୍ୱେଚ୍ଛାସେବୀ ସହାୟକ କୁଜଙ୍ଗ ବ୍ଲକରୁ ଦୁଇଜଣ ଯୋଗ ଦେଇଥିଲେ ।

Related posts

ଇଭିଏମ୍ ମେସିନ୍ ଅଚଳ 

mahabharatanews

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

mahabharatanews

ମାଓବାଦୀଙ୍କ ଅମାନୁଷିକ କାଣ୍ଡ : ଜାଳିଦେଲେ ୯ଗାଡି

mahabharatanews