ଓଡିଶା

ଉଚ୍ଛେଦ ହେଲା ଜବରଦଖଲ ଜମି

କଣ୍ଟାବାଞ୍ଜି: ଦୀର୍ଘ ବର୍ଷରୁ ସରକାରି ଜମିକୁ ଜବରଦଖଲ କରିଥିବା ଜମି ଆଜି ଉଚ୍ଛେଦ କରାଯାଇଛି । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀଙ୍କ ଉପସ୍ଥିତିରେ ଏନଏସି ପ୍ରଶାସନ ତରଫରୁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି । ନାଳ ନର୍ଦ୍ଦମାକୁ କିଛି ଲୋକ ଜବରଦଖଲ କରିଥିବାରୁ ଏସବୁ ସଫା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏନଏସି କର୍ମଚାରୀ । ସେପଟେ ନାଳ ସଫା ହେଉନଥିବା ସହରବାସୀ ଅଭିଯୋଗ କରୁଥିଲେ । ତେଣୁ ଏହା ଉପରେ ତିଆରି ହୋଇଥିବା ପିଣ୍ଡାକୁ ଆଜି ଭଙ୍ଗାଯାଇଥିବା ଏନଏସି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।
ଏହା ସହିତ କେନ୍ଦ୍ର ସମବାୟ ବ୍ୟାଙ୍କର କଣ୍ଟାବାଞ୍ଜି ଶାଖା, ସ୍ଥାନୀୟ ଦୋକାନ ଏବଂ କିଛି ଘରର ପିଣ୍ଡା ମଧ୍ୟ ଭଙ୍ଗାଯାଇଛି । ସେହିପରି ଏନଏସିର ନୋଟିସ ଅନୁସାରେ ନୂଆପଡାର ଏକ ଜମି ହରିଶଙ୍କର ଲାଲ ଅଗ୍ରୱାଲ ପ୍ଲଟ ନଂ-୩୪୫ରେ ଥିବା ସରକାରୀ ଜମି ମଧ୍ୟ ଜବରଦଖଲରୁ ଉଚ୍ଛେଦ କରାଯାଇଛି । କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦେଲକଲ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିଚାଳନା କରିଥିଲେ । ଏମାନଙ୍କ ସହ ଆରଆଇ ବନମାଳି ବାରିକ, ଏନଏସି କର୍ମଚାରୀ ଚନ୍ଦ୍ରଶେଖର ଭୋଇ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ଜବରଦଖଲ ଉଚ୍ଛେଦ ସମୟରେ ସେଠାରେ ଉପସ୍ଥିତ ଥିଲେ ।

Related posts

ଲଘୁଚାପ ଅବପାତର ରୂପ ନେଇଛି,୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ

mahabharatanews

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ

mahabharatanews

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ

mahabharatanews