ଓଡିଶା

ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଓ ନାଗପୁରା ଗ୍ରାମର ଚାଷୀମାନେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୫ତାରିଖରେ ପ୍ରବଳ ବର୍ଷା ଫଳରେ ଧାନକ୍ଷେତ ପାଣିରେ ବୁଡିଯାଇଥିଲା । ଫଳରେ କ୍ଷେତର ଧାନ କ୍ଷେତରେ ନଷ୍ଟ ହୋଇଗଲା । ଚାଷୀମାନେ କ୍ଷତି ପୂୂରଣ ଦାବିରେ ରାସ୍ତାରୋକ କରିବାରୁ ସେହି ସମୟରେ ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନକରି ଫସଲ କ୍ଷୟକ୍ଷତିର ଆକଳନ ପୂର୍ବକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । କିନ୍ତୁ ଅଦ୍ୟାବଧି ଚାଷୀମାନଙ୍କୁ କୈାଣସି କ୍ଷତି ପୂରଣ ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯିବାକୁ ହୃଷିକେଶ ନାୟକ, ଫକିର ଚରଣ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ଜଗଦିଶ ପତି, ରମାକାନ୍ତ ନାୟକ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।

Related posts

୫ ଘଣ୍ଟା ପରେ ଉଦ୍ଧାର ହେଲା କଲରାପତରିଆ ବାଘ

mahabharatanews

ରାଜଧାନୀରୁ ହଟିବ ପୋଷ୍ଟର 

mahabharatanews

ଖସୁଛି ପାରଦ, ଅସ୍ତବ୍ୟସ୍ତ ଜନଜୀବନ

mahabharatanews