ଓଡିଶା

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

(ଭୁବନେଶ୍ୱର) : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ମହାମହିମ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗଦେବା ନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ସନ୍ଧ୍ୟା ୫.୨୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କୁଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅନ୍ୟତମ ଅତିଥି ଭାବେ ରହିବେ । ଏହି ଅବସରରେ ୧୬୬ ଜଣ ପିଏଚଡି ପାଇବେ ଏବଂ ୯୫ସ୍ବର୍ଣ୍ଣ ପଦକ ଏବଂ ୬ଜଣଙ୍କୁ ଏଣ୍ଡୋମେଣ୍ଟ ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ ।

Related posts

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅରୁଣିମା-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଆସନ୍ତା ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews