ଓଡିଶା

ରାସ୍ତା କଡକୁ ବସ୍ ଓଲଟି ୫ ଆହତ

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଥିବା ଜଣାପଡିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବସ୍ଟି ବାଲେଶ୍ୱରରୁ ଭୁବେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୂର୍ଘଟଣା ଘଟିଛି । ତେବେ ବସରେ ଥିବା ବାକି ୪୮ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବସ୍ଟି ବାଲେଶ୍ୱରରୁ ରାତି ପ୍ରାୟ ୪ଟା ବେଳେ ବାହାରି ଭୁବନେଶ୍ୱର ଆସୁଥିଲା । ତେବେ ଭଦ୍ରକ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ରାସ୍ତା କଡରେ ବାଲି ଗଦା ହୋଇଥିବା ବେଳେ ବସ୍ ଡ୍ରାଇଭର ଜାଣି ନ ପାରି ଦ୍ରୂତ ଗତିରେ ଗାଡିଟିକୁ ବାଲିଗଦା ଉପରେ ଚଢାଇ ଦେଇଥିଲା । ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ

mahabharatanews

ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା

mahabharatanews

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

mahabharatanews