ଓଡିଶା

ମାଓ ଆକ୍ରମଣରେ ସହିଦ ଓଡ଼ିଆ ଯବାନ

(ଓଡିଶା) : ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହେଲେ ଓଡ଼ିଆ ଯବାନ । ମାଓ ଏନକାଉଣ୍ଟର ବେଳେ ସହିଦ ହୋଇଛନ୍ତି  ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସେ ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡର ବାସିନ୍ଦା । ହୃଦୟ ବିଦାରକ କଥା ହେଉଛି  ମାତ୍ର ତିନି ମାସ ହେଲା ସୁଶାନ୍ତଙ୍କର ବିବାହ ହୋଇଥିଲା ।

ସୂଚନାନୁଯାୟୀ ,  କୁମ୍ବିଂ ଅପରେସନବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଦୁଇ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ଦୁଇ ଆହତ ଯବାନଙ୍କୁ ତୁରନ୍ତ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ମଧ୍ୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ

mahabharatanews

ଅଗ୍ନିକାଣ୍ଡ ଏଡାଇବାକୁ କୋଭିଡ ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଗାଈଗୋରୁ ଜୀବନ୍ତ ଦଗ୍ଧ

mahabharatanews