ଓଡିଶା

ଘର ଉଜାଡି ଦେଇଛି ଫନି, ପଲିଥିନ ତଳେ ଏବେ ବି ଦିନ କାଟୁଛନ୍ତି ବାତ୍ୟା ବିପନ୍ନ

(ମହାଭାରତ, ସତ୍ୟବାଦୀ): ଫନି ବାତ୍ୟା ପରେ ସମଗ୍ର ପୁରୀ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସବୁଠାରୁ ଅଧିକ କ୍ଷୟକ୍ଷତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଦେଖିବାକୁ ମିଳିଛି । ବାତ୍ୟାରେ ଲୋକଙ୍କ ଘର ମାଟିରେ ମିଶି ଯାଇଥିବା ବେଳେ ସରକାରୀ ସାହାଯ୍ୟ ସରକାର ଯୋଗାଇ ଥିଲେ । କିନ୍ତୁ ଏବେ ବି ସରକାରଙ୍କ ସାହାଯ୍ୟ ପାଇବାରୁ ବହୁ ଲୋକେ ଏଠାରେ ବଞ୍ଚିତ ହୋଇଛନ୍ତି । ଏହାର ଉଦାହରଣ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ୩ ନଂ ୱାର୍ଡର କନକ ଦେଇଙ୍କ ଠାରେ ଦେଖିବାକୁ ମିଳିଛି । ବାତ୍ୟାାରେ ତାଙ୍କ ଘର ଭାଙ୍ଗି ଯାଇଛି । ସେହିଦିନ ଠାରୁ ସେ ପଲିଥିନ ତଳେ ନିଜ ପରିବାର ସହ ରହିଛନ୍ତି । ସରକାରଙ୍କ ଆର୍ଥିକ ସହାୟତା ଦୂରର କଥା ବାତ୍ୟା ଘର ଭଙ୍ଗା ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ । ଫଳରେ ସମସ୍ତ ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଫନି ପାଇଁ ସହାୟତା ପାଇବାକୁ ଥିବା ଏକ ତାଲିକା ଗ୍ରାମ ପଞ୍ଚାୟତ ମାନଙ୍କରେ ମରାଯାଇଛି । ଏହି ତାଲିକା ବାହାରିବା ପରେ ବି ଗାଁ ଲୋକେ ଏଥିରୁ ବାଦ ପଡିଥିବା ଦେଖାଯାଇଛି । କେତେକ ଗାଁର ଲୋକେ ଏବେ ବି ପଲିଥିନ ତଳେ ବାସ କରୁଥିବା ବେଳେ ସେମାନଙ୍କ ନାମ ତାଲିକାରେ ସାମିଲ ହୋଇନାହିଁ । ତାଙ୍କ ବଦଳରେ କୋଠା ଘର ଥିବା ଲୋକଙ୍କ ନାଁ, ସରପଞ୍ଚ, ୱାର୍ଡ ମେମ୍ବର ଓ ସେମାନଙ୍କ ପରିବାର ନାଁ ଏହି ତାଲିକାରେ ସାମିଲ ଥିବା ଦେଖାଯାଇଛି । ଏପରିକି ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୨୪ଟି ଗ୍ରାମ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନା ତାଲିକାରେ ଅନିୟମିତତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

mahabharatanews

ଇନ୍ଦ୍ରଜିତ ସେନଗୁପ୍ତଙ୍କ ହୃଦଘାତରେ ଦେହାନ୍ତ

mahabharatanews