ଓଡିଶା

ରିଷିଡା ତାରିଣୀ ପୀଠରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

(କାହ୍ନୁ ଚରଣ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ନିକଟସ୍ଥ ତାରିଣୀ ପୀଠରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ରିଷିଡା ଗାଁର ସ୍ୱର୍ଗତ ଉମାକାନ୍ତ ରଣାଙ୍କ ପୁଅ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ଯୁବକ ଜଣକ ଖାଇ ସାରିବା ପରେ ଘର ବାହାରକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ରାତିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ମଙ୍ଗଳବାର ସକାଳେ ଏଠାରେ ଥିବା ତାରିଣୀ ପୀଠରେ ଯୁବକଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ମୃତକଙ୍କ ବଡ ଭାଇ ରିଷିଡା ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ପରେ ରାମପୁର ପୋଲିସ ଓ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟ ବାସନ୍ତି ସେଠୀଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିଲେ।

Related posts

କୋଇଡାରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତ୍ୱର…

mahabharatanews

ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ଗଡୁଛି ସ୍ୱତନ୍ତ୍ର ‘ମୋ ବସ୍’

mahabharatanews

ଆଜି ରାଜ୍ୟରୁ ୧୩୮୪ ସଂକ୍ରମିତ ଚିହ୍ନଟ

mahabharatanews