ଓଡିଶା

ନଦୀରେ ବୁଡି ବୃଦ୍ଧ ମୃତ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବସନ୍ତପୁର ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଜଣେ ବୃଦ୍ଧ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ଶନିବାର ସକାଳେ ଶୌଚ ହେବାକୁ ଦୟା ନଦୀକୁ ଯାଇଥିଲେ । ସେଠାରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ନ ଫେରିବାରୁ ଘର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଖବର ମିଳିନଥିଲା । ରବିବାର ସକାଳେ ବୃଦ୍ଧଙ୍କ ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ତାଙ୍କ ଶବକୁ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା । ତେବେ ଏନେଇ ଡେଲାଙ୍ଗ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

Related posts

ଆଜି ଅକ୍ଷୟ ତୃତୀୟା; ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ

mahabharatanews

ଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପି

mahabharatanews

ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

mahabharatanews