ଓଡିଶା

୨୮ରେ ପଦ୍ମପୁର ଲୋକ ମହୋତ୍ସବ

(ମହାଭାରତ, ବରଗଡ): ଆସନ୍ତା ୨୮ ତାରିଖରୁ ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଗତ ମଙ୍ଗଳବାର ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ । ତେବେ ଏହା ପୂର୍ବରୁ ୨୬ ତାରିଖରେ ମହୋତ୍ସବର ଉଦଘାଟନ ହେବ । ୨୭ ତାରିଖରେ ଗଣଦୌଡ ଅନୁଷ୍ଠିତ ହେବା ପରେ ୨୮ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ ହେବ । ଏହାସହ ହାସ୍ୟକବି ସମ୍ମିଳନୀ ଓ ସେମିନାର ଆଦି କାର୍ଯ୍ୟକମ ମହୋତ୍ସବରେ ସାମିଲ ହେବ । ଏନେଇ ପଦ୍ମପୁର ଲୋକ ମହୋତ୍ସବ କମିଟି ସଂଯୋଜକ ଅଶୋକ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । କମିଟିର ଅନ୍ୟ ସଦସ୍ୟମାନେ ଯଥା ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ କୁମାର ବହିଦାର, ପ୍ରୀତେଶ ବହିଦାର, ରମେଶ ଗୁର୍ଲା, ନାରାୟନ ପୁରୋହିତ ଆଦି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Related posts

ସୈତାନ ଶିକ୍ଷକ: ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀକୁ ହତ୍ୟା ଉଦ୍ୟମ

mahabharatanews

ନିଜ ଅର୍ଥରେ ରାସ୍ତା ମରାମତି କରୁଛନ୍ତି ଜୋମାଟୋ ବୟ

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews