ଓଡିଶା

ପୋଖରୀରୁ ମୃତଦେହ ଉଦ୍ଧାର

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ବିଟାଡିହି ଗାଁରେ ଏକ ଅଘଟଣ ଘଟିଛି । ଗାଁ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ବିଟାଡିହି ଗାଁର ବଙ୍ଗାଳି ସୋରେନ ଓ ସେ ଜଣେ ଗୋରୁ ଚରାଳି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ଜାନୁଆରୀ ୨୪ ତାରିଖରୁ ନିଖୋଜ ଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିଥିଲେ । ପରେ ଜାମଦା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews

୪୪୭ ଏସ୍ଆଇ ପାଇଁ ଆବଦେନ କଲେ ୧ ଲକ୍ଷ ୩୩ ହଜାର, ୨୬ କିନ୍ନର

mahabharatanews