ଓଡିଶା

ଭୁବନେଶ୍ୱରରୁ ଆଜି ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ପୁଣି ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍‌ର ହୋଇଥିବା ବେଳେ ବାକି ୧୦ ଲୋକାଲ ରହିଛନ୍ତି । ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୪୫କୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୭ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ଲୋକାଲ୍ କେସ୍ ମଧ୍ୟରୁ ଜଣେ ବଡ଼ଗଡ଼ ବ୍ରିଟ୍ କଲୋନୀରୁ ଚିହ୍ନଟ ହୋଇଥିବା ବେଳେ ଜଣେ ପଟିଆରୁ, ଜଣେ ଶୈଳଶ୍ରୀ ବିହାରରୁ, ଜଣେ ଶୁକ ବିହାରରୁ, ଜଣେ ସୂର୍ୟ୍ୟନଗରରୁ (ଦାନ୍ତ ଡାକ୍ତର), ଜଣେ ନିଳାଦ୍ରୀ ବିହାରରୁ, ଜଣେ ବିଜେବି ନଗଗଗରର ଏକ ଘରୋଇ ହସ୍‌ପିଟାଲ୍‌ର ଡ୍ରାଇଭର ଓ ଜଣେ ଘଟିକିଆରୁ ଚିହ୍ନଟ ହୋଇଛନ୍ତି ।

Related posts

କର୍ଣ୍ଣାଟକ ଛୁଇଁଲା ମୌସୁମୀ: ୧୦ରେ ପହଞ୍ଚିବ ଓଡିଶା

mahabharatanews

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

mahabharatanews