ମିରଟ: ମିରଟରେ ସ୍ୱାଇନ ଫ୍ଲୁରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୯ ଜଣଙ୍କଠାରେ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାନସ ପକ୍ଷରୁ ଏକ ମେଡିକାଲ ଦଳର ଗଠନ କରାଯାଇ ମୃତକଙ୍କ ପରୀକ୍ଷା କରାଯାଉଛି । ଏସମ୍ପର୍କରେ ମିରଟର ମୁଖ୍ୟ ମେଡିକାଲ ଅଧିକାରୀ ରାଜକୁମାର କହିଛନ୍ତି, ଆମେ ୬ ଜଣ ସଦସ୍ୟଙ୍କୁ ନେଇ ଏକ ମେଡିକାଲ ଦଳ ଗଠନ କରିଛୁ, ଯେଉଁମାନେ ମୃତକଙ୍କ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି । ମୋଟ ୭୯ ଲୋକଙ୍କ ସ୍ୱାଇନ ଫ୍ଲୁ ପରୀକ୍ଷାରେ ପଜିଟିଭ ରେଜଲ୍ଟ ଆସିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ଚିକିତ୍ସା କାଳରେ ସେମାନଙ୍କ ନିକଟବର୍ତ୍ତୀ ରୋଗୀଙ୍କ ଠାରୁ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି କି ପୂର୍ବରୁ ସଂକ୍ରମିତ ଥିଲେ ତାହାକୁ ନେଇ ଦଳ ପରୀକ୍ଷା କରୁଛି । ଫେବୃଆରୀ ୨୯ରେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଏକ ଦଳ ମିରଟ ଗସ୍ତ କରି ସ୍ୱାଇନ ପ୍ଲୁ ମାମଲାର ଯାଞ୍ଚ କରିଥିଲେ । ସେହି ଦଳର ଜଣେ ଅଧିକାରୀ କହିଥିଲେ, ସ୍ୱାଇନ ପ୍ଲୁକୁ ନେଇ ସୂଚନା ପାଇବା ପରେ ସେମାନେ ସେଠାରେ ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଓ ସ୍ୱାଇନ ପ୍ଲୁ ସଂକ୍ରାନ୍ତୀୟ ଚିକିତ୍ସା ପଦ୍ଧତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
previous post
next post
