ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ଡ଼େଇ ଇରାନ ବିଦେଶ ମନ୍ତ୍ରୀ ଜାବଦ ଜରିଫଙ୍କ ବୟାନ ପରେ ପାକିସ୍ତାନ ପୁଣି ଥରେ ମୋଦି ସରକାରକୁ ଆକ୍ରମଣ କରିଛି । ଦିଲ୍ଲୀ ହିଂସାକୁ ନେଇ ଇରାନ ବିଦେଶ ମନ୍ତ୍ରୀ କହିଥିଲେ ଭାରତରେ ମୁସଲମାନଙ୍କ ବିରୋଧରେ ସୁନିୟୋଜିତ ହିଂସା ହେଉଛି, ଯାହାକୁ ଭାରତ ଖାରଜ କରି ଦେଇଛି ।
ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଇରନ ବୟାନର ସ୍ୱାଗତ କରିଛନ୍ତି । କୁରେଶୀ କହିଛନ୍ତି, ମୁଁ ଆରଏସଏସ ଭିଡ ଦ୍ୱାରା ହିଂସାର ସାମ୍ନା କରୁଥିବା ଭାରତୀୟ ମୁସଲମାନଙ୍କ ସୁରକ୍ଷାକୁ ନେଇ ମୋ ଭାଇ ଜାବଦ ଜରିଫଙ୍କ ଚିନ୍ତା ସହ ସହମତ । ଭାରତ ଗମ୍ଭୀର ସାମ୍ପ୍ରଦାୟିକ ହିଂସାର ପୀଡା ଦେଇ ଗତି କରୁଛି । ମୁସଲମାନଙ୍କ ସୁନିୟୋଜିତ ହତ୍ୟା ଅମାନବୀୟ ଓ ଦେଶ ପାଇଁ ବିପଦ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଇରାନ ମନ୍ତ୍ରୀଙ୍କ ବୟାନ ଉପରେ ଆପତ୍ତି ଉଠାଇଥିଲା । ରିଟୁଇଟ କରି ମଙ୍ଗଳବାର ଭାରତୀୟ ବିଦେଶ ମନ୍ତ୍ରଣାଳୟ ଇରାନ ରାଜଦୂତଙ୍କୁ ଜବାବ ଦିଆଯାଇଥିଲା । ଭାରତ କହିଥିଲା, ଏହା ଦେଶର ଆଭ୍ୟନ୍ତରୀଣ ମାମଲା । ବାହାର ଦେଶ ସମ୍ପର୍କରେ ତଥ୍ୟ ନ ଜାଣି ଟିପ୍ପଣୀ ଦେବା ଉଚିତ୍ ନୁହେଁ ।
