ଅପରାଧ

୨ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଶିକ୍ଷକ ଗିରଫ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କଣ୍ଡରା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି । ନାବାଳିକା ଦୁହେଁ ୬ଷ୍ଠ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ପୀଡିତା ଛାତ୍ରୀ ଦୁହିଁଙ୍କ ଡାକ୍ତରୀ ମାଇନା ପରେ ‘ସଖୀ’ କେନ୍ଦ୍ରରେ ରଖାଯାଇଛି । ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ଏଠାରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମୋହନ ଭୁୟାନ କିଛି ମାସ ପୂର୍ବେ ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁହିଁଙ୍କୁ ଟ୍ୟୁସନ କରୁଥିଲେ । ଏପରିକି ଟ୍ୟୁସନ ପରେ ଛାତ୍ରୀ ଦୁହିଁଙ୍କୁ ରହିବା ପାଇଁ କହୁଥିଲେ । ପରେ ଏକ ବନ୍ଦ କୋଠରୀକୁ ନେଇ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲେ । ଏଭଳି ଦୁଷ୍କର୍ମ ସେ ବାରମ୍ବାର କରିଥିଲେ । ନାବାଳିକା ଛାତ୍ରୀ ଦୁହେଁ ଏହାର ପ୍ରତିବାଦ କଲେ ମଧ୍ୟ କାହାକୁ ଏବିଷୟରେ ଜଣାଇଲେ ଏହାର ଖରାପ ପରିଣାମ ଭୋଗିବାକୁ ପଡିବ ବୋଲି ଶିକ୍ଷକ ଜଣକ ସେମାନଙ୍କୁ ଧମକ ଦେଉଥିଲେ । ଗତ ଶନିବାର ଏ ବିଷୟରେ ଜଣେ ଛାତ୍ରୀ ତାଙ୍କ ମାଅଙ୍କୁ ଏ ବିଷୟରେ କହିଥିଲେ । ପରେ ଉକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ପାଣିକୋଇଲି ଥାନାରେ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା । ଏହା ପରେ ପ୍ରକୃତ କଥା ସାମନାକୁ ଆସିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ତେବେ ଡାକ୍ତରୀ ମାଇନା ପରେ ଦୁଇ ନାବାଳିକାଙ୍କୁ ଏବେ ସଖି କେନ୍ଦ୍ରରେ ରଖାଯାଇଛି । ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି ।

Related posts

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

mahabharatanews