ନୂଆଦିଲ୍ଲୀ: ଚୀନର ଦାନ କୋରୋନାକୁ ନେଇ ଏବେ ସୋସିଆଲ ମିଡିଆରେ ଅଦ୍ଭୂତ ଅଦ୍ଭୂତ ମନଗଢା କଥା ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିୟା କହିଛନ୍ତି, ଜଣେ ସୁସ୍ଥ ଲୋକ ପାଇଁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ । କୋରୋନା ଭୂତାଣୁ ଏକ ହ୍ୟୁମାନ ଭୂତାଣୁ । ଏହାର ଜୀବ ଜନ୍ତୁଙ୍କ ସହ କୌଣସି ସମ୍ପର୍କ ନ।ହିଁ । ନନଭେଜ ଖାଇଲେ କୋରୋନା ହୁଏନାହିଁ ।
ଡ ରଣଦୀପ କହିଛନ୍ତି, କୋରୋନା ଭୂତାଣୁକୁ ନେଇ ଭୟଭୀତ ହେବାର କିଛି ନାହିଁ । ଜଣେ ସୁସ୍ଥ ଲୋକକୁ ଏହା ସଂକ୍ରମିତ କରିବାର ସମ୍ଭାବନା କମ । ତେଣୁ ସୁସ୍ଥ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ । ଯଦି କାହାକୁ ଥଣ୍ଡା, କାଶ ହୋଇଛି ଓ ସେଚାହୁଁଛି ଅନ୍ୟମାନେ ତା ଦ୍ୱାରା ସଂକ୍ରମିତ ନ ହୁଅନ୍ତୁ ତେବେ ସେ ମାସ୍କ ପିନ୍ଧି ପାରନ୍ତି । ସେ ଆହୁରି କହିଛନ୍ତି, ଏନ-୯୫ ମାସ୍କ ସେହିମାନେ ପିନ୍ଧିବା ଅବଶ୍ୟକ ଯେଉଁମାନେ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ତେଣୁ କେବଳ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି । କୌଣସି ଲୋକକୁ କୋରୋନା ହୋଇଥିଲେ, ପୂରା ଅଞ୍ଚଳର ଲୋକଙ୍କୁ ଆତଙ୍କିତ ହେବାର କିଛି ନାହିଁ । କୋରୋନା ଭୂତାଣୁ ଏକ ଡ୍ରାପଲେଟ ସଂକ୍ରମଣ, ଯାହା ମାତ୍ର ୨ ମିଟର ପର୍ଯ୍ୟନ୍ତ ବାୟୁରେ ରହିଥାଏ । ଆଉ ଯଦି କୌଣସି ବ୍ୟକ୍ତି ସେହି ସମୟରେ ଶ୍ୱାସରେ ସେହି ଭୂତାଣୁ ଗ୍ରହଣ କରେ ତେବେ ତାକୁ ସଂକ୍ରମିତ ହୋଇପ।।ରେ । ଏହି ଭୂତାଣୁ ଚଟାଣ, ଟେବୁଲ, କବାଟରେ ରହିପାରେ, ତେରୁ ହାତକୁ ବାରମ୍ବାର ଧୋଇବା ଦରକାର । ସେ ଅ।।ହୁରି କହିଛନ୍ତି, କୋରୋନା ଓ ମଦ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଡା ରଣଦୀପ କହିଛନ୍ତି, ଜଳବାୟୁ ସହ ଏହି ଭୂତାଣୁର କୌଣସି ସମ୍ପର୍କ ନାହିଁ । କାରଣ ସିଙ୍ଗାପୁର ପରି ଗରମ ଦେଶରେ ମଧ୍ୟ ଏହା ବ୍ୟାପୁଛି ଓ ଇଟାଲି ଓ ସାଉଥ କୋରିଆ ପରି ଥଣ୍ଡା ଦେଶରେ ମଧ୍ୟ ଏହାର ପ୍ରଭାବ ରହିଛି । ତେବେ ଶୀତରେ ଏହି ଭୂତାଣୁ ଅଧିକକ ସମୟ ରହିପାରେ । କିନ୍ତୁ ଆମେ ନିଜ ତରଫରୁ ସଂକ୍ରମଣ ରୋକିବାକୁ ସମସ୍ତ କୌଶଳ ଆପଣାଇବା ଦରକାର । ସୋସିଆଲ ମିଡିଆ ପାଇଁ କୋରୋନ।।କୁ ନେଇ ଅଧିକ ଭୟ ସଂଚାର ହୋଇଥିବା ସେ କହିଛନ୍ତି ।
