ଓଡିଶା

ବିକ୍ଷୋଭ ପାଇଁ ଅଟକ ରହିଲା ଆମ୍ବୁଲାନ୍ସ

(ମହାଭାରତ, ପାଲଲହଡା): ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ୬ ଦଫା ଦାବି ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପାଲଲହଡା କେନ୍ଦୁପତ୍ର ତୋଳାଳୀମାନେ ପ୍ରାୟ ୩ ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥର ଶିବ ମନ୍ଦିର ଛକ ଓ ବାଇପାସ ରୋଡକୁ ଅବରୋଧ କରି ରଖିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ୩ ଘଣ୍ଟା ଧରି ଶହ ଶହ ଗାଡି ଅଟକ ରହିଥିଲା । ଏହି ରାସ୍ତା ଦେଇ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ମଧ୍ୟ ଆନ୍ଦୋଳନକାରୀମାନେ ଯିବାକୁ ଦେଇ ନଥିଲେ । ଫଳରେ ଏହି ରାସ୍ତାରେ ଦୀର୍ଘ ସମୟ ପର୍ଯନ୍ତ ଯାତାୟତ ବନ୍ଦ ରହିବାରୁ ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲା । ଆମ୍ବୁଲାନ୍ସରେ ଜଣେ ଶିଶୁକୁ ନେଇ ଡାକ୍ତରଖାନା ଯାଉଥିବା ତାର ବାପା କାନ୍ଦି ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ବିକ୍ଷୋଭକାରୀମାନେ ବାଟ ଛାଡି ନଥିଲେ । ତେବେ ସେହି ରାସ୍ତା ନଦେଇ ଅନ୍ୟ ରାସ୍ତାରେ ଯିବାକୁ ଆନ୍ଦୋଳନକାରୀ ମାନେ ତାଙ୍କୁ କହିଥିଲେ । ଏହିଭଳି ଅଧଘଣ୍ଟା ବିତି ଯିବା ପରେ ପୋଲିସର ସହଯୋଗରେ ଉକ୍ତ ଆମ୍ବୁଲାନ୍ସକୁ ବିକ୍ଷୋଭକାରୀମାନେ ଛାଡିଥିଲେ । ଏଭଳି ଅମାନବୀୟ ଘଟଣାକୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି ।

Related posts

୫୦ହଜାର ମାଗି ବନ୍ଧା ହେଲେ ୨ ସାମ୍ବାଦିକ

mahabharatanews

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

mahabharatanews

ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ

mahabharatanews

Leave a Comment