(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ମହିଳାଙ୍କ ମୃତଦେହ ଘର ଆଜବେଷ୍ଟସରେ ଝୁଲୁଥିବା ବେଳେ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ବିବାହିତା ମିନତୀ ଖୁଣ୍ଟିଆ ବୋଲି ଜଣାପଡିଛି । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପଛରେ ଶ୍ୱଶୁର ଘର ଲୋକଙ୍କ ହାତ ଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୮ ମସିହାରେ ରସୋଳ ଥାନା ନୂଆପାଟଣା ଗାଁର ପ୍ରଭାକର ଖୁଣ୍ଟିଆଙ୍କ ଝିଅ ମିନତୀ ଖୁଣ୍ଟିଆଙ୍କୁ ପାଟଲା ଗାଁର ସନ୍ତୋଷ ଖୁଣ୍ଟିଆ ବିବାହ କରିଥିଲେ । ବିବାହ କିଛି ମାସ ପରେ ମିନତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଗତ ବୁଧବାର ଦିନ ମିନତୀଙ୍କ ମୃତ ଦେହ ଘରୁ ଉଦ୍ଧାର ହୋଇଥିଲା । ଏହାପରେ ଶାଶୂଘର ଲୋକେ ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣାର ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
previous post
next post