ଓଡିଶା

ଟ୍ରେନରେ କଟି ୨ ମୃତ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ର୍ଟେନରେ କଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ପରିଚୟ ଏଯାଏ ମିଳିପାରିନାହିଁ । ଦୁଇଟି ପୃଥକ ଦୂର୍ଘଟଣାରେ ଏହି ଜୀବନହାନୀ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନରୁ ଖସି ପଡିଥିଲେ । ଫଳରେ ଟ୍ରେନଟି ତାଙ୍କ ଉପରେ ମାଡି ଯାଇଥିଲା । ସେହିପରି ଶନିବାର ଦିନ ଜଣେ ଯୁବକଙ୍କୁ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସକାଳେ ଉଭୟଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ରେଳବାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ତାତିରେ ଜଳୁଛି ସାରା ଓଡ଼ିଶା, ତାପମାତ୍ରା ୪୧ ଡିଗ୍ରୀ ପାର

mahabharatanews

ଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews

ଜିଲ୍ଲା ବାଲ୍ୟବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକ

mahabharatanews