ଅପରାଧ

କାରରୁ ଦେଶୀ ପିସ୍ତଲ ଜବତ, ଡ୍ରାଇଭର ଗିରଫ

(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବାଲିଗୁଡା ସବ୍ ଡିଭିଜନ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଞ୍ଚଳରେ ଏକ କାରରୁ ବେଆଇନ ଦେଶୀ ପିସ୍ତଲ ପୋଲିସ ଜବତ କରିଛି । ଏହି ପିସ୍ତଲ ରଖିଥିବା ଗାଡି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଉକ୍ତ କାରରୁ ନକଲି ନମ୍ବର ପ୍ଲେଟ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ମୁଣ୍ଡାର ଗାଁର ସଚିନ ଦିଗଲ୍ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୁଡୁତୁଲ ପଞ୍ଚାୟରେ ଶୁକ୍ରବାର ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କାରଟିକୁ ପୋଲିସ ଯାଞ୍ଚ କରିଥିଲା । ଫଳରେ କାର ଭିତରୁ ଏକ ଦେଶୀ ବନ୍ଧୁକ ସମେତ ୫ଟି ଜୀଅନ୍ତା ଗୁଳି ଓ ୪ଟି ଗାଡିର ନମ୍ବର ପ୍ଲେଟ ପୋଲିସ ଦେଖିବାକୁ ପାଇଥିଲା । ତେବେ ଏଗୁଡିକ ସବୁ ବେଆଇନ ବୋଲି ଜଣାପଡିବା ପରେ ପୋଲିସ କାର ଡ୍ରାଇଭରଙ୍କୁ ଗିରଫ କରି ସମସ୍ତ ସାମଗ୍ରୀଗୁଡିକୁ ଜବତ କରିଛି । ଅଭିଯୁକ୍ତ ଜଣକ ଏହି ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବାରୁ ଏହି ଜିନିଷ ଗୁଡିକୁ ପାଖରେ ରଖୁଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଗିରଫ କାର ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରିଛି ।

Related posts

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

ସେବାୟତ ବେଶରେ ଭଣ୍ଡ: ସିଂହଦ୍ୱାର ଥାନାରେ ଅଟକ

mahabharatanews

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

mahabharatanews