ଅପରାଧ

ସାମାନ୍ୟ ବଚସାକୁ ନେଇ କନେଷ୍ଟବଲଙ୍କୁ ଗୁଳିମାଡ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଶୁକ୍ରବାର ରାତିରେ ଜଣେ କନେଷ୍ଟବଲଙ୍କ ଉପରକୁ ଗୁଳିମାଡ ହୋଇଛି । ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାଁ ରାମଚନ୍ଦ୍ର ସାହୁ ଓ ସେ ଆଇଆରବିରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ମେଳଣ କାର୍ଯ୍ୟକ୍ରମକୁ ନେଇ ଗାଁର ସଭାପତି ଶ୍ରୀକାନ୍ତ ସାହୁଙ୍କ ଭାଇଙ୍କ ସହ କନଷ୍ଟେବଲଙ୍କ ବଚସା ହୋଇଥିଲା । ଏଥିରେ ଗାଁ ସଭାପତି ଉତକ୍ଷିପ୍ତ ହୋଇ କନଷ୍ଟେବଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ରାମଚନ୍ଦ୍ରଙ୍କ ବାମ ପଟ ଛାତିରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକର ଏକ ଘରୋଇ ନର୍ସିଂ ହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଥିରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କନଷ୍ଟେବଲଙ୍କ ହତ୍ୟା ହତ୍ୟା ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଗାଁରେ ପୋଲିସ ମୁତୟନ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews

ମହିଳାଙ୍କୁ ଏସିଡ୍ ମାଡ: ମୁହଁ ଓ ବେକରେ କ୍ଷତ

mahabharatanews

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews