ଅପରାଧ

ଜନଶତାଦ୍ଧି ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

(ମହାଭାରତ, ଯାଜପୁର) : ହାଓଡା-ଭୁବନେଶ୍ୱର ଜନଶତାଦ୍ଦି ଟ୍ରେନରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଯାଜପୁର ରୋଡ ଓ ଭଦ୍ରକ ଜିଆରପି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ କଟକ ବଡ ମେଡିକାଲରୁ କାମ ସାରି ସୁକିନ୍ଦାର ପୁନମ ଅଗ୍ରୱାଲ ନାମକ ଜଣେ ମହିଳା ଯାଜପୁର ରୋଡ ଆସିବା ପାଇଁ କଟକରେ ଜନଶତାଦ୍ଧି ଟ୍ରେନରେ ଚଢିଥିଲେ । ସେହି ଟ୍ରେନରେ ତାଙ୍କ ପାଖରେ ଜଣେ ବ୍ୟକ୍ତି ବସିଥିଲେ । ନୀଳାଚଳ ଇସ୍ପାତ ନିଗମରେ କାର୍ଯ୍ୟରତ ଏହି ବ୍ୟକ୍ତିଙ୍କ ନାମ ଶ୍ରୀନିବାସ ରଥ ବୋଲି ଜଣାପଡିଛି । ଟ୍ରେନରେ ବସିଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଭଦ୍ରକ ଜିଆରପି ଥାନାଧିକାରୀ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Related posts

ରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

mahabharatanews

ଏସଟିଏଫକୁ ବିରାଟ ସଫଳତା: ୧.୪୮କିଲୋ ବ୍ରାଉନ ଜବତ

mahabharatanews

ଖଡ଼ିଆଳ ପୋଲିସ ଦ୍ୱାରା ୧୦ ଟି ଚୋରି ମୋବାଇଲ ଉଦ୍ଧାର

mahabharatanews