Uncategorized

ସ୍ୱପ୍ନରେ ଏଭଳି ପକ୍ଷୀ ଦେଖୁଛନ୍ତି କି? ଶେଷ ହୋଇପାରେ ଆପଣଙ୍କ ସମସ୍ୟା

(ମହାଭାରତ): ସ୍ୱପ୍ନ ଦେଖିବା କେବଳ ଏକ ସଂଯୋଗ ନୁହେଁ । ଆପଣ ଏହି ସ୍ୱପ୍ନରୁ ଭବିଷ୍ୟତ ବିଷୟରେ ସୂଚନା ପାଇପାରିବେ । ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ । ଯେ ଆଖି ଖୋଲା ଥିବା ଅବସ୍ଥାରେ ଦେଖାଯାଉଥିବା ସ୍ୱପ୍ନ ହେଉ ବା ରାତିରେ ଶୋଇବା ପରେ ନିଦରେ ଆସୁଥିବା ସ୍ୱପ୍ନ । ଅନେକ ଥର ଆମେ ଏଭଳି ସ୍ୱପ୍ନ ଦେଖିଥାଉ, ଯାହା ଆମର ଦୈନିକ ଜୀବନ ସହ ଜଡିତ । ଏହିସବୁ ସ୍ୱପ୍ନ ମଧ୍ୟରୁ ଗୋଟିଏ ହେଉଛି ସ୍ୱପ୍ନରେ ପକ୍ଷୀମାନଙ୍କୁ ଦେଖିବା । ଆପଣଙ୍କ ସ୍ୱପ୍ନରେ କେବେ କେବେ ପକ୍ଷୀମାନେ ଆସିଥାଇପାରନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସ୍ୱପ୍ନରେ ପକ୍ଷୀ ଦେଖାଯିବାର ଅର୍ଥ କଣ?

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ପକ୍ଷୀଙ୍କର ଏକ ଯୋଡି ଦେଖିଥାନ୍ତି ତେବେ ଏହା ଶୁଭ ଦଙ୍କେତ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ଘରକୁ ଯେକୌଣସି ନୂଆ ଅତିଥି ଆସିପାରନ୍ତି ।

ଯଦି ଆପଣ ସ୍ୱପ୍ନରେ ପକ୍ଷୀମାନଙ୍କ ସହ ନିଜେ ଉଡୁଥିବାର ସ୍ୱପ୍ନ ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ପୂରଣ ହୋଇପାରେ । ଏଭଳି ସ୍ୱପ୍ନ ଆପଣଙ୍କ ଧନ ବୃଦ୍ଧି କରିବା ସହ ଆୟୁ ବୃଦ୍ଧି କରିଥାଏ ।

ଯଦି ଆପଣ ସ୍ୱପ୍ନରେ ପକ୍ଷୀମାନଙ୍କ ରାବ ଦେଖିଥାନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ହେଉଚି ଆପଣଙ୍କ ପରିବାରରେ ବହୁତ ଜଲଦି କୌଣସି ବ୍ୟକ୍ତିଙ୍କ ଜୀବନରେ ଗମ୍ଭୀର ସମସ୍ୟା ଆସିପାରେ । ଏଭଳି ବ୍ୟକ୍ତିଙ୍କୁ ପ୍ରତ୍ୟେକ ଜିନିଷ ଠାରୁ ସର୍ତ୍ତକ ରହିବା ଉଚିତ ।

ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଆହତ ହୋଇଥିବା ପକ୍ଷୀ ଦେଖାଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ କିଛି ଜିନିଷର ବିରୋଧର ସାମ୍ନାକୁ କରିବାକୁ ପଡିପାରେ । ଏଭଳି ପରିସ୍ଥିତି ଆପଣଙ୍କୁ ଆଗକୁ ଆସୁଥିବା ସମସ୍ୟା ପାଇଁ ସଚେତନ କରିଥାଏ ।

ଏଥିସହ ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ଉପରେ ପକ୍ଷୀ ଉଡୁଥିବାର ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ । ଏହାର ଅର୍ଥ ହେଉଛି ଆପଣ ବହୁତ ଜଲଦି ନିଜର ବିରୋଧୀଙ୍କୁ ପରାସ୍ତ କରିପାରିବେ । ଯେଉଁ କାର୍ଯ୍ୟ ପାଇଁ ଆପଣଙ୍କ ପଛରେ ବିରୋଧୀ ଲାଗିଛନ୍ତି ସେହି କାର୍ଯ୍ୟ ଆପଣ ପୂରଣ କରିପାରିବେ ।

Related posts

ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବେଙ୍ଗାଲୁରୁରେ ଉଡିଲା ବିଶାଳ ଗୁଡି

mahabharatanews

ବିଶାଖାପାଟଣା ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ମୃତ ୪ ଆହତ

mahabharatanews

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

mahabharatanews