ଅପରାଧ

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ଜୁଆଡିଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହୋଲି ବେଳେ ପୋଲିସ ଏଠାରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ଜିଲ୍ଲାରେ ଜୁଆ ଖେଳ ଉପରେ ରୋକ ଲଗାଇବାକୁ ଯାଇ ପୋଲିସ ପକ୍ଷରୁ ପୁଣି ଚଢାଉ ହୋଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗାଁରେ ଶନିବାର ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିିକଟରୁ ପୋଲିସ ଟଙ୍କା, ମୋବାଇଲ ଓ ବାଇକ୍ ଜବତ କରିଛି । ସୂଚନା ଅନୁଯାୟୀ, ଏହି ଗାଁର ଜୁଆ ଖେଳ ଚାଲିଥିବା ଖବର ପୋଲିସକୁ ମିଳିଥିଲା । ଏହାପରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲ । ଏହି ସମୟରେ ୬ ଜଣ ଜୁଆଡି ଆଡ୍ଡାରୁ ଗିରଫ ହୋଇଥିଲେ । ଉକ୍ତ ଆଡ୍ଡାରୁ ପୋଲିସ ନଗଦ ୧୧ ହଜାର ଶହେ ଟଙ୍କା ସମେତ ୫ଟି ମୋବାଇଲ ୪ଟି ବାଇକ୍ ଜବତ କରିଛି । ଏନେଇ ପୋଲିସ ମାମଲା ରୁଜୁ କରି ଗିରଫ ଜୁଆଡି ମାନଙ୍କୁ କୋର୍ଟଚାଲାଣ କରିଛି ।
ଗଜ୍ଞାମଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡାଉପରେ ହିଂଜିଳି ପୋଲିସ ଶନିବାର ମଧ ଚଢାଉ କରିଛି । ଚଢାଉ ସମୟରେ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ ହଜାର ୧ଶହ ଟଙ୍କା ସମେତ ୫ଟି ମୋବାଇଲ ଓ ୪ଟି ମୋଟର ସାଇକେଲକୁ ଜବତ କରିଛି । ଗିରଫ ମାନେ ହେଲେ ହିଂଜିଳି ଥାନା ସିକିରି ଗ୍ରାମର ସିଲୁ ବିଶ୍ୱାଳ, ଶିବ ପ୍ରଧାନ, ପୋଡ଼ିଙ୍ଗି ଗ୍ରାମର ଜଟେଶ୍ୱର ପାଠି, ଆଙ୍କୋରଡ଼ା ଗ୍ରାମର ବୃନ୍ଦାବନ ସାହୁ, ବ୍ରହ୍ମପୁର ସଦର ଥାନା ଆଙ୍କଶପୁର ଗ୍ରାମର ସୁରେନ୍ଦ୍ର ବିଷୋୟୀ ଓ ଲାଠି ଗ୍ରାମର ଅଜିତ କୁମାର ଗୌଡ଼ । ଏ ନେଇ ହିଂଜିଳି ଥାନା ନଂ- ୮୭/୨୦ରେ ଏକ ମାମଲା ରୁଜୁ କରିଛି । ରବିବାର ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Related posts

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

mahabharatanews

୧ କୋଟି ଠକେଇ: ୯ ଗିରଫ

mahabharatanews

ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews