ଦେଶ ବିଦେଶ

ଯାତ୍ରୀବାହୀ ଜାହାଜ ନିଖୋଜ; ୧୦୩ ଉଦ୍ଧାର,୧୪୦ ନିଖୋଜ

ଇଣ୍ଡୋନେସିଆର ଜାଭା ସାଗରରେ ନିଖୋଜ ହେଲା ଯାତ୍ରୀବାହୀ ଜାହାଜ। ୨୪୩ ଜଣଙ୍କୁ ନେଇ ଯାଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।‘ଭର୍ଗୋ ଟ୍ରାନ୍ସପୋର୍ଟ-୮’ ନାମକ ଜାହାଜ ଶନିବାର ପୂର୍ବ ଜାଭାର ସୁରାବାୟାରୁ ବାଞ୍ଜାରମାସିନ୍ ଅଭିମୁଖେ ବାହାରିଥିଲା। ଖରାପ ପାଗ ମଧ୍ୟରେ ଆଜି ଭୋରୁ ଜାହାଜ ସହ ଯୋଗାଯୋଗ ହୋଇପାରିନଥିଲା। ଘଟଣା ପରେ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି ଇଣ୍ଡୋନେସିଆ କର୍ତ୍ତୃପକ୍ଷ।

ବର୍ତ୍ତମାନ୧୦୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଉ ୧୪୦ ଜଣଙ୍କୁ ଖୋଜାଖୋଜ ଜାରି  ରହିଛି। ଜାଭା ସାଗରରେ ଶେଷ ଥର ପାଇଁ ଜାହାଜର ଅବସ୍ଥିତି ବାଞ୍ଜାରମାସିନରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଖରାପ ପାଗ ଯୋଗୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା କୁହାଯାଉଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ବଡ଼ଧରଣର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।

Related posts

ଦିଲ୍ଲୀରେ ପ୍ରତିବାଦ କରିବା ନେଇ ଘୋଷଣା କଲା CJP ପାର୍ଟି

mahabharatanews

ଜଳ, ଜଙ୍ଗଲ ଏବଂ ଭୂମି ବିପଦରେ… କଂଗ୍ରେସର ପ୍ରତିଷ୍ଠା ଦିବସରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ଖାର୍ଗେ

mahabharatanews

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews