ଓଡିଶା

ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ

କେନ୍ଦ୍ରାପଡା: ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଛତର ସେବା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ଧାନ ବିକ୍ରୀ ପାଇଁ ଅପେକ୍ଷାରତ ·ଷୀମାନେ ହତାଶ ହୋଇ ପଡିିଥିବା ଅଭିଯୋଗ ହୋଇଛି । ୫୦ରୁ ଊଦ୍ଧ୍ୱର୍ ·ଷୀ ଧାନବସ୍ତା ସମିତି ସମ୍ମୁଖରେ ରଖି ବିକ୍ରୀ କରିନପାରି ହତାଶ ହୋଇଥିବା ଦେଖାଯାଇଛି । ବେଷାମରିକ ଯୋଗାଣ ଅଧିକାରୀ ରଜନିକାନ୍ତ ଦାସଙ୍କୁ ସଂପୃକ୍ତ ·ଷୀମାନେ ଅଭିଯୋଗ କରିବା ସହିତ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନି ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ସଂପୃକ୍ତ ·ଷୀମାନେ ଟୋକନ ପାଇ ସମିତି ସମ୍ମୁଖରେ ଧାନ ବସ୍ତା ରଖି ଥିବା ବେଳେ ସମିତିର ସମ୍ପାଦକ ଧାନ କିଣିବାରେ ଅବହେଳା କରିଥିବା ବେଳେ ଗତ ଫେବୃଆରୀ ୨୬ ତାରିଖରୁ ଅନଲାଇନ ସାଇଟ ବନ୍ଦ ହୋଇଯାଇଥିଲା । ସମ୍ପାଦକଙ୍କ ଉଦାସିନତା ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ନ ଯିବା ଫଳରେ ପ୍ରାୟ ୮ ଶହରୁ ଉଦ୍ଧ୍ୱର୍ କ୍ୱିଣ୍ଟାଲ ଧାନ ସମିତି ସମ୍ମୁଖରେ ପଡିରହିଛି । ଏ ସମ୍ପର୍କରେ ବେଷାମରିକ ଯୋଗାଣ ଅଧିକାରଙ୍କ ସମେତ ଏଆରସିଏସ୍, ଡିଆରସିଏସ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବଙ୍କୁ ଚାଷୀମାନେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

Related posts

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

mahabharatanews

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

mahabharatanews