ଓଡିଶା

କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଯୁବକ ଗିରଫ

(ମହାଭାରତ, ଅନୁଗୁଳ): ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଏହି ଭୟଙ୍କର ଭୁତାଣୁ ସଂକ୍ରମଣ ଫଳରେ ଭାରତରେ ଏଯାଏ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହାକୁ ନେଇ କୌଣସି ପ୍ରକାର ଗୁଜବ ପ୍ରଚାର ନକରିବାକୁ ରାଜ୍ୟ ସରକାର ବାରଣ କରିଥିବା ସତ୍ତେ୍ୱ କିଛି ଲୋକେ ଏହାକୁ ମାନୁ ନଥିବା ଦେଖାଦେଇଛି । ଫଳରେ ପୋଲିସକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡୁଛି । ପୂର୍ବରୁ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଓଡ଼ିଶାର ୨ ଜଣ ଯୁବକ ଗିରଫ ହୋଇଥିଲେ । ଏବେ ଆଉ ଜଣେ ଏହି ଭୟଙ୍କର ଭାଇରସକୁ ନେଇ ମିଛ ଖବର ପ୍ରସାରିତ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅଧିନ ବଡସିଙ୍ଗଡା ଗାଁର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଜିଲ୍ଲା ଅନ୍ତର୍ଗତ ବନରପାଳରେ ଜଣେ ଯୁବକ କୋଭିଡ-୧୯ ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଫେସବୁକରେ ପୋଷ୍ଟ ହୋଇଥିଲା । କେବଳ ଏତିକି ନୁହେଁ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ଦିଲ୍ଲୀରେ ମୃତ୍ୟୁ ହୋଇଥିବା ଯୁବକ ଜଣକ ଖବର ପ୍ରସାରିତ କରିଥିଲେ । ତେବେ ଏହା ମିଛ ପ୍ରମାଣିତ ହେବା ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି ।

Related posts

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

mahabharatanews

ନର୍ସଙ୍କୁ ପିଟିଲେ ରୋଗୀଙ୍କ ଆଟେଣ୍ଡାଣ୍ଟ

mahabharatanews

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews