ଓଡିଶା

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

(ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ପାରିବାରିକ ଝଗଡାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ମହିଳା ଜଣକ ଗୁରତର ହୋଇଛନ୍ତି । ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପୀଡିତା ଜଣକ ଗୀତା ସେଠି ଓ ଆକ୍ରମଣକାରୀ ଜଣକ ତାଙ୍କ ସ୍ୱାମୀ ବ୍ରଜ ସେଠୀ ବୋଲି ଜଣାପଡିଛି । ସୂଚନା ଅନ୍ୟୁାୟୀ, କିଛି ପଇସାକୁ ନେଇ ମହିଳା ଜଣକଙ୍କ ସହ ତାଙ୍କ ସ୍ୱାମୀଙ୍କର ବଚସା ହୋଇଥିଲା । ଦୁଇ ଜଣ ଯାକ ବଜାରରେ ଥିବା ବେଳେ ସ୍ୱାମୀ ଜଣକ ଏକ ସ୍କ୍ର୍ୟୁ ଡ୍ରାଇଭରରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣକ ଗୁରୁତର ହୋଇଥିଲେ । ଏହି ସମୟରେ ବଜାରରେ ଥିବା ଦୋକାନୀମାନେ ବ୍ରଜଙ୍କୁ ଅଟକାଇଥିଲେ । ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେବଣା ନୂଆଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାସହ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Related posts

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews