ଓଡିଶା

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ୩ ବଖରା ଘର ପୋଡି ପାଉଁଶ

(ମହାଭାରତ, ବଡସାହି): ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅଧିନ ଖନୁଆ ପଞ୍ଚାୟତର ହାତୀବନ୍ଧ ଗାଁରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗାଁର ୩ଟି ଚାଳଘର ଭସ୍ମୀଭୁତ ହୋଇଯାଇଛି । ତେବେ ଏଥିରେ କାହାର ଜୀବନହାନୀ ହୋଇନଥିବା ଜଣାପଡିଛି । ଗାଁର ବଳରାମ ବାସ୍କେଙ୍କ ସମ୍ପୂର୍ଣ୍ଣ ଘର ଜଳି ପାଉଁଶ ହୋଇଛି । ଅଗ୍ନିକାଣ୍ଡରେ ଘରେ ରହିଥିବା ଧାନ, ଚାଉଳ, କାଗଜପତ୍ର, ଟଙ୍କା ପଇସା ସହ ଆସବାବ ପତ୍ର ଆଦି ପୋଡି ନଷ୍ଟ ହୋଇଯାଇଛି । ସୂବନା ଅନୁଯାୟୀ, ଘରେ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିିଲା । ପରେ ଏହା ଘରର ଅନ୍ୟ ବଖରାଗୁଡିକୁ ବ୍ୟାପିଥିଲା । ବଳରାମଙ୍କ ପରିବାର ଘରୁ ବାହାରି ଆସିଥିଲେ । ଘରେ ନିଆଁ ଲାଗିଥିବା ଦେଖି ସାହି ପଡିଶା ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ବଡସାହି ଓ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ପୂର୍ବରୁ ସବୁକିଛି ପୋଡି ପାଉଁଶ ହୋଇସାରିଥିଲା । ଅଗ୍ନିବିପନ୍ନଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚ ପୀଡିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Related posts

ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଲା ନୂଆ ପରିଚୟ

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews

ଘୋଷଯାତ୍ରା ପ୍ରସ୍ତୁତି : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews