ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସାଂଗଠନିକ ଦକ୍ଷତା ଓ ଦଳୀୟ ସକ୍ରିୟତା ପାଇଁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ବାଙ୍କୀରୁ ଜାତୀୟ ରାଜନୀତିରେ ଡଃ ପଟ୍ଟନାୟକଙ୍କ ଏହି ନୂଆ ପାଳି ଓଡ଼ିଶା କଂଗ୍ରେସ ପାଇଁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ତୃଣମୂଳ ସ୍ତରରେ କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା ଓ ଜନସ୍ୱାର୍ଥ ପ୍ରସଙ୍ଗରେ ସକ୍ରିୟତା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଥିବା ଚର୍ଚ୍ଚା ହେଉଛି ।ଏହି ଖବର ପରେ ବାଙ୍କୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କର୍ମୀ ଓ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଦେଇଛି ଏବଂ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏ ନେଇ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି କର୍ମୀମାନେ ଆଶାବାଦୀ ରହିଛନ୍ତି ।।
