Uncategorized

ପେଟ ପାଇଁ ଖୁବ୍ ଉପକାରୀ ପିଆଜ

(ମହାଭାରତ): ଆମିଷ ହେଉ ଅବା ନିରାମିଷ ବ୍ୟଞ୍ଜନରେ ପିଆଜ ନ ପଡ଼ିଲେ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ। କାରଣ ପିଆଜ ପଡ଼ିଲେ ଯେକୌଣସି ତରକାରିର ସ୍ୱାଦ ଅଲଗା ହୋଇଥାଏ। ସେହିଭଳି ଅଧିକାଂଶ ଲୋକ ପିଆଜକୁ କଞ୍ଚା ଖାଇବାକୁ ଭଲ ପାଆନ୍ତି। ଆଉ ଏହା ସବୁଠୁ ଭଲ। କାରଣ ପିଆଜ କେବଳ ବିଭିନ୍ନ ପ୍ରକାରର ବ୍ୟଞ୍ଜନକୁ ସୁଆଦିଆ କରି ନଥାଏ, ଏହାକୁ କଞ୍ଚା ଖାଇଲେ ଶରୀରକୁ ବହୁତ ଉପକାର ମଧ୍ୟ ମିଳିଥାଏ। ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଯେପରିକି ପ୍ରୋଟିନ୍‌, ସୁଗାର୍‌, ଫାଇବର୍‌, ଫ୍ୟାଟ୍‌, କ୍ୟାଲୋରୀ ଓ କାର୍ବ ରହିଛି। ତା’ହେଲେ ଆସନ୍ତୁ ଜାଣିବା ନିୟମିତ କଞ୍ଚା ପିଆଜ ଖାଇଲେ, ଶରୀରକୁ କ’ଣ ସବୁ ଲାଭ ମିଳିଥାଏ।

୧. ଯେଉଁମାନଙ୍କର ବ୍ଲଡ୍‌ ସୁଗାର ସମସ୍ୟା ରହିଛି, ସେମାନେ ଅଧିକ ପିଆଜ ଖାଆନ୍ତୁ। ପିଆଜରେ ଥିବା ପୋଷକ ତତ୍ତ୍ୱ ଶରୀରରେ ଗ୍ଲୁକୋଜର ସ୍ତରକୁ ଠିକ୍‌ ରଖିଥାଏ। ତେଣୁ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।

୨. ପିଆଜରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷମତା ରହିଛି। ତେଣୁ ପିଆଜ ଖାଇଲେ ରୋଗ, ବ୍ୟାକ୍ଟେରିଆ, ସଂକ୍ରମଣ ଓ ଭାଇରସ୍ ସହିତ ଲଢ଼ିବା ପାଇଁ ଶକ୍ତି ମିଳିଥାଏ। ଏଥିରେ ଥିବା ସେଲେନିଅମ୍‌ (ଗ୍ଦରକ୍ଷରଦ୍ଭସଙ୍କଜ୍ଞ) ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

୩. ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି- ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଯାହା କୋଲେଷ୍ଟ୍ରଲର ସ୍ତରକୁ କମ୍ କରି ହାର୍ଟକୁ ସୁସ୍ଥ ରଖିଥାଏ। ଯଦି ରକ୍ତଚାପ ସମସ୍ୟା ରହିଛି, ପ୍ରତିଦିନ ପିଆଜ ଖାଇବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।

୪. ପିଆଜ ରସରେ ଫାଇବର୍ ଓ ପ୍ରୋବାୟୋଟିକ୍ସ ଥିବାରୁ ଏହା ପେଟ ପାଇଁ ଭଲ। ପିଆଜ ରସ ପିଇଲେ ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

Related posts

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

mahabharatanews

କୋରୋନା ଆତଙ୍କ,ମୃତ୍ୟୁସଂଖ୍ୟା ୧୭୦୦ ଛୁଇଁଲା

mahabharatanews

ନିର୍ମାଣାଧୀନ ଏକ ବିମାନ ବନ୍ଦରରୁ ୩୫ ହଜାର ବର୍ଷ ତଳର ମାମାଥ କଙ୍କାଳ ଉଦ୍ଧାର

mahabharatanews