ଓଡିଶା

କୋରନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା

ଜଳେଶ୍ୱର: ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । କୋରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ, ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୋର ସୋର ପ୍ରୟାସ ଜାରି ରଖିବା ସହିତ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ଦରମା କୋରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବା ଘଟଣା ଅନ୍ୟମାନଙ୍କ ଉପରେ ବେଶ ପ୍ରଭାବ ପକାଇଥିବା ଦେଖିବାକି ମିଳିଛି । ବାଲେଶ୍ର ଜିଲ୍ଲା ବାଲିଆପାଳ ବ୍ଲକ ୨୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ ନିଜର ତିନି ମାସର ଦରମା ଦେଇଥିବା ବେଳେ ଅନ୍ୟ ଜଣେ ସମାଜସେବୀ ହେମନ୍ତ ଦାସ କୋରୋନା ସହାୟତା ପାଇଁ ୫୦୦୦ ଟଙ୍କା ସହାୟତା କରିଛନ୍ତି । ଉଭୟ ବାଲିଆ ପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କୋରୋନାର ମୁକାବିଲା ପାଇଁ ସହାୟତା ରାଶି ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଭାଗୀଦାରିତାରେ ସାମିଲ ହେବାକୁ ଆହ୍ୱଆନ ଦେଇଥିଲେ ।

Related posts

ଏଫ୍ଏମ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ  ପ୍ରଫେସର ସନ୍ତୋଷ ତ୍ରିପାଠୀ

mahabharatanews

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

mahabharatanews

ବରୀ ଓସିଏସ୍ ସଫଳକାରୀଙ୍କୁ ସମ୍ଭଦ୍ଧନା କଲେ ବିଧାୟିକା

mahabharatanews