ଓଡିଶା

କୋରନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା

ଜଳେଶ୍ୱର: ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । କୋରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ, ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୋର ସୋର ପ୍ରୟାସ ଜାରି ରଖିବା ସହିତ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ଦରମା କୋରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବା ଘଟଣା ଅନ୍ୟମାନଙ୍କ ଉପରେ ବେଶ ପ୍ରଭାବ ପକାଇଥିବା ଦେଖିବାକି ମିଳିଛି । ବାଲେଶ୍ର ଜିଲ୍ଲା ବାଲିଆପାଳ ବ୍ଲକ ୨୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ ନିଜର ତିନି ମାସର ଦରମା ଦେଇଥିବା ବେଳେ ଅନ୍ୟ ଜଣେ ସମାଜସେବୀ ହେମନ୍ତ ଦାସ କୋରୋନା ସହାୟତା ପାଇଁ ୫୦୦୦ ଟଙ୍କା ସହାୟତା କରିଛନ୍ତି । ଉଭୟ ବାଲିଆ ପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କୋରୋନାର ମୁକାବିଲା ପାଇଁ ସହାୟତା ରାଶି ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଭାଗୀଦାରିତାରେ ସାମିଲ ହେବାକୁ ଆହ୍ୱଆନ ଦେଇଥିଲେ ।

Related posts

ପୁରୀ ହାଜତ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଶିଶୁପୁତ୍ରକୁ ଚାପିଦେଲା କାର, କାର ଚକାତଳେ ଚାପି ହୋଇ ଶିଶୁପୁତ୍ର ମୃତ

mahabharatanews

ସନ୍ଦେହଜନକ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews