ଓଡିଶା

ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ

(ଜଳେଶ୍ବର /ଅଜିତ ସାହୁ)– ଦିନକୁ ଦିନ ମାନବିକତା ମରି ମରି ଯାଉଛି, ଅସାମାଜିକ କାର୍ୟ୍ୟ କଳାପ ବୃଦ୍ଧି ପାଉଛି। ସରକାର ମାଆକୁ ସମ୍ମାନ କହୁଥିବା ବେଳେ, ଆମର ଆଇନ କାନୁନ ଓ ବିଚାର ବ୍ୟବସ୍ଥା ମଧ୍ୟ ଏଭଳି ଘଟଣାକୁ ଅତି ଗୁରୁତର ସହିତ ନେଇ ଅଭିଯୁକ୍ତମାନଙ୍କ ଶକ୍ତ ଦଣ୍ଡରେ ଦଣ୍ଡିତ କରିବାର ନଜିର ରହିଛି । ତେବେ ଏସବୁ ସତ୍ତ୍ୱେ ସମାଜରୁ ନାରୀ ନିର୍ୟାତନା, ନାରୀମାନଙ୍କ ପ୍ରତି ଜୁଲୁମ, ଅଶ୍ଳୀଳ ଇଙ୍ଗିତ କମୁ ନାହିଁ ବରଂ ଦିନକୁ ଦିନ କ୍ରମଶଃ ବଢି ଚାଲିଛି । ଅଭିଯୋଗ ଅନୁଯାୟୀ ଜଳେଶ୍ୱଏ ଥାନା ନାଁମ୍ପ ଫାଣ୍ଡି ଅଂଚଳରେ ଜଣେ ମେଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀର ଫଟୋକୁ କିଛି ଅସାମାଜିକ ଯୁବକ ଅଶ୍ଳୀଳ ଏଡ଼ିଟିଙ୍ଗ କରିବା ଓ ଉକ୍ତ ନାବାଳିକା ଝିଅ ସହିତ ତାର ବାପା ମାଆ ପରିବାର ବର୍ଗଙ୍କୁ ସର୍ବସାଧରଣରେ ଓ ମୋବାଇଲରେ ଗାଳି ଗୁଳଜ କରିବା ସହିତ ଗାଳି ଗୋଲଜର ଭଏସ ରେକର୍ଡ ଓ ଅଶ୍ଳୀଳ ଏଡିଟିଙ୍ଗ ଫଟୋ ଭାଇରାଲ କରୁଛନ୍ତି । ପରିବାର ପକ୍ଷରୁ ଏହାର ପ୍ରତିବାଦ କଲେ ଫିଲ୍ମି ଷ୍ଟାଇଲରେ ବାଟ ଅବରୋଧ କରି ଗାଡି ଅଟକାଇ ଧମକ ଚମକ ଦେଉଛନ୍ତି । ନାବାଳିକା ଝିଅଟି ଲଜ୍ୟାରେ ମାନସିକ ଭାରସାମ୍ୟ ହରାଇ ଆତ୍ମ ହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣା ପଡ଼ିଛି । ଏନେଇ ଝିଅର ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଧନେଶ୍ୱର ସାହୁ ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇ ୧୧୬ /୨୦ ନମ୍ବରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲେ । ଏନେଇ ଜଳେଶ୍ୱର ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦେବକୁମାର ଗ୍ରାମର ଟୁକୁନା (ଛଦ୍ମନାମ) । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁଵ ଶୀଘ୍ର ଧରାଜୀବ ବୋଲି ଜଳେଶ୍ୱର ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସାଧାରଣରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି । ଅନ୍ୟ ପଟେ ଜଳେଶ୍ୱର ପୋଲିସର ଏଭଳି କାର୍ୟ୍ୟଦକ୍ଷତାକୁ ସାଧାରଣରେ ପ୍ରସଂଶା କରାଯାଇଛି।

Related posts

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

mahabharatanews

ଖୋଲିବ ଲିଙ୍ଗରାଜ ମନ୍ଦିର

mahabharatanews