ଓଡିଶା

ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସହାୟତାରେ ରନ୍ଧାଖାଦ୍ୟ ବଣ୍ଟନ

ପାଟଣା: ମହାମାରୀ ପରି କରୋନା ଭାଇରସ ପାଇଁ ସରକାର ଦେଶବ୍ୟାପି ୨୧ଦିନ ଲକଡାଉନ ଘୋଷଣା କରିଛନ୍ତି। ଲୋକମାନେ ଘରୁ ବାହାରକୁ ନ ବାହାରିବା ପାଇଁ ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଲକଡ଼ାଉନ ପରି ପରିସ୍ଥିତିରେ ଗରିବ ଶ୍ରେଣୀର ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନୀ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରତ୍ୟେକ ଦିନ ପଂଚାୟତ ଗୁଡିକରେ ଦୌନିକ ୨୦୦ ଲୋକଙ୍କ ରନ୍ଧାଖାଦ୍ୟ ବଣ୍ଟନ କରାଯିବ। ଏହି ଖାଦ୍ୟକୁ ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ରନ୍ଧା ଯାଇ ଖାଦ୍ୟ ବଣ୍ଟନ କରାଯିବ। ସେହି ପରି ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ବଡ଼ପାଟଣା ଗ୍ରାମପଞ୍ଚାୟତ ସରପଞ୍ଚ ଚନ୍ଦ୍ରଶେଖର ନାଏକ ଗ୍ରାମକୁ ଗ୍ରାମ ବୁଲି ରନ୍ଧାଖାଦ୍ୟ କିଭଳି ବଣ୍ଟା ଯାଉଛି ତାହାକୁ ତଦରଖ କରିଛନ୍ତି। ଲକଡ଼ାଉନ ଶେଷ ପର୍ୟ୍ୟନ୍ତ ଏହି ରନ୍ଧାଖାଦ୍ୟ ପ୍ରତ୍ୟେକ ଦିନ ବଡ଼ପାଟଣା ଗ୍ରାମପଂଚାୟତର ସ୍ୱାମ, ଶିବ ନାରାୟଣପୁର, ଟିକାୟତପାଟଣା, ମଙ୍ଗଳପୁର, ବଡ଼ପାଟଣା ପ୍ରଭୂତି ଗ୍ରାମ ଗୁଡିକୁ ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।

Related posts

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews

କ୍ୱାରାଣ୍ଟାଇନ ରୁମରେ ଅବ୍ୟବସ୍ଥା,ସରକାର ଙ୍କ ନିର୍ଦେଶକୁ ମାନୁନାହାନ୍ତି ସରପଞ୍ଚ

mahabharatanews

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews