ସରିଲା ଯାଜପୁର ଗଣପର୍ବ କାଳୀପୂଜା ଓ ଲଷ୍ମୀନାରାୟଣ ପୂଜା ର ଭସାଣ ଉତ୍ସବ । ପ୍ରଥମ ଦିନରେ ୧୯ ଗୋଟି ମେଢ ର ଭସାଣ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୧୭ ଗୋଟି ମା କାଳୀ ଓ ଲକ୍ଷ୍ମୀନାରାୟଣ ମେଲାଣି ନେଇଛନ୍ତି । ସହର ର ବିଭିନ୍ନ ପୂଜା କମିଟିର ମେଢ ଗୁଡିକୁ ସୁନ୍ଦରଭାବେ ବାଦ୍ୟ, ଘଣ୍ଟ ଘଣ୍ଟା, ସିଂଘ ବାଜା ଓ ଅର୍କେଷ୍ଟ୍ରା ର ତାଳେ ତାଳେ ବୈତରଣୀ ନଦୀର ଦେବୀଗଡା ଘାଟ କୁ ବିସର୍ଜନ ନିମନ୍ତେ ନିଆଯାଇଥିଲା । ଦେବୀଗଡା ଘାଟ ରେ ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କୁ ବିସର୍ଜନ ପାଇଁ ବୈତରଣୀ ନଦୀରେ ପ୍ରଶାସନ ପକ୍ଷରୁ ଏକ କୃତ୍ରିମ ପୋଖରୀ କରାଯାଇ ସେଠାରେ ସମସ୍ତ ମେଢ ବିସର୍ଜନ କରାଯାଇଛି । ଏହି ଭସାଣିରେ ବିଶେଷ ଆକର୍ଷଣ ସାଜିଥିଲା ଅଘୋରୀ ନୃତ୍ୟ, ଗରିଲା କାଟୁନ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକକଳା ଓ ବ୍ୟାଣ୍ଡ ପାର୍ଟି ।
ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଭସାଣ ଦଳ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଶଣ କରୁଥିବା ବେଳେ ସହରବାସୀ ମାନେ ଏହାକୁ ବେଶ ଉପଭୋଗ କରିଛନ୍ତି । ଏହି ଭସାଣ ଉତ୍ସବରେ ଶାନ୍ତି କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଡିଜେ ମୁକ୍ତ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ସମସ୍ତ ପୂଜାକମିଟି କୁ ଧନ୍ୟବାଦ ଜଣାଇଥିଲେ।
