ଓଡିଶା

କରୋନା ଖବର ପ୍ରସାରଣ ଉପରେ ଅଙ୍କୁଶ, ଗାଇଡଲାଇନ୍ ଜାରି

(ମମତା ସାମଲ ): ‘କରୋନା’ ସଂକ୍ରମଣ ସଂକ୍ରାନ୍ତରେ ଗୁଜବ ଓ ଅପପ୍ରଚାର ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଗଣମାଧ୍ୟମ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। କରୋନା ସମ୍ପର୍କରେ ଯେକୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ସରକାରଙ୍କ ବିନା ଅନୁମତିରେ କରୋନା ସମ୍ପର୍କରେ କୌଣସି ସୂଚନା କେହି ସାର୍ବଜନୀନ କରିପାରିବେ ନାହିଁ। ସମସ୍ତ ପ୍ରକାରର ଗଣମାଧ୍ୟମ, ସଂସ୍ଥା ଓ ବ୍ୟକ୍ତି ଉପରେ ଏହି ଅଙ୍କୁଶ ବଳବତ୍ତର ରହିବ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ ଓ ସୋସିଆଲ ମିଡିଆ ସମେତ କୌଣସି ବ୍ୟକ୍ତି ବା ସଂସ୍ଥା କରୋନା ସଂକ୍ରାନ୍ତରେ ସରକାରଙ୍କ ବିନା ଅନୁମତିରେ ଖବର ପ୍ରସାରଣ ବା ପ୍ରକାଶ କରିପାରିବେ ନାହିଁ।କରୋନା ସମ୍ପର୍କରେ ସୂଚନା ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ଡିଏମଇଟି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ମେଡିକାଲ ଅଧୀକ୍ଷକଙ୍କଠୁ ଅନୁମତି ଆବଶ୍ୟକ। ଏମାନଙ୍କ ମଧ୍ୟରୁ ଯେକୌଣସି ଅଧିକାରୀଙ୍କ ଅନୁମତି ନେଇ କରୋନା ସମ୍ପର୍କିତ ଖବର ପ୍ରସାରଣ କରିବା ପାଇଁ ଗାଇଡଲାଇନରେ ଉଲ୍ଲେଖ ଥିବା ସୂଚନା ମିଳିଛି।

Related posts

୫ଟି ସଚିବଙ୍କ କଟକ ଗସ୍ତ

mahabharatanews

ଚିତ୍ରକୋଣ୍ଡା ବିଧାୟକ ଖଇରପୁଟ ବ୍ଲକ ଉନୟନ୍ନ କାମର କଲେ ସମୀକ୍ଷା

mahabharatanews

ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

mahabharatanews