ଓଡିଶା

କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ମାମଲାରେ ୬ ଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ । ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରୁ ବିଭିନ୍ନ ଡ଼କାୟତି ମାମଲାରେ ଜଡିତ ୬ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ । ଏମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅନେକ ଡ଼କାୟତ ମାମଲା ରହିଥିଲା । ଏମାନଙ୍କୁ ଗିରଫ କରିବାକୁ ଚମ୍ପୁଆ, ତୁରୁମୁଙ୍ଗା ପୋଲିସ ସହ, କେନ୍ଦୁଝର ସ୍ୱତନ୍ତ୍ର ପୋଲିସ୍ ର ଏକ ଟିମ୍, ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ଡ଼କାୟତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

Related posts

ଆଗାମୀ ୩ ଦିନ କାଳବୈଶାଖୀ ସମେତ ବଜ୍ରପାତ ସମ୍ଭାବନା

mahabharatanews

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

mahabharatanews

ନୂତନ ଏସପିଙ୍କ ଥାନା ପରିଦର୍ଶନ

mahabharatanews