ଓଡିଶା

ସାମ୍ବାଦିକ ବ୍ରହ୍ମଙ୍କ କରୋନାରେ ମୃତ୍ୟୁ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ମହାଭାରତ/ ଭୁବନେଶ୍ୱର: ନ୍ୟୁୟକରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ବରିଷ୍ଠ ସାମ୍ବାଦିକ ବ୍ରହ୍ମମ କଞ୍ଜିବୋଟଲା ଶେଷରେ କରୋନା ନିକଟରେ ହାର ମାନିଛନ୍ତି । ସୋମବାର ଦିନ ତାଙ୍କ ମୃତ୍ୟୁ ହୋଇଛି । ସେ ଆମେରିକାରେ ରହି ଭାରତ ପାଇଁ ସାମ୍ୱାଦିକତା କରୁଥିଲେ। ତାଙ୍କ ଅକାଳ ବିୟୋଗ ସୂଚନା ପାଇବା ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମଙ୍କର ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ବ୍ରହ୍ମ କଞ୍ଜିବୋଟଲା ୟୁନାଇଟେଡ ନ୍ୟୁଜ୍ ଫର୍ ଇଣ୍ଡିଆ ଖବର ସରବରାହ ସଂସ୍ଥା ପାଇଁ ପୂର୍ବରୁ ସାମ୍ୱାଦିକତା କରୁଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ୨୦୯ଟି ଦେଶକୁ ମହାମାରୀ କରୋନା ବ୍ୟାପିଛି । ସାରା ବିଶ୍ୱରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩୩,୦୧୨ ଥିବା ବେଳେ ୮୨,୧୩୬ ଜଣଙ୍କ ମୃତ୍ୟୁ ଘଟିଛି। ୨୦୯ଟି ଦେଶ ମଧ୍ୟରୁ ୪ଟି ଦେଶରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ଆମେରିକାରେ ୧୨,୮୫୭ ଜଣ ମୃତ୍ୟୁ ବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୦୦,୫୪୬ ରହିଛି।

Related posts

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

mahabharatanews

ପାଇକମାଳ ବିନ୍ଧ୍ୟବାସିନୀ କଲେଜ୍ ରେ ବାର୍ଷିକ ଉତ୍ସବ

mahabharatanews